ମଧୁପର୍ବ
ମଧୁପର୍ବ
ତମେ ମୋ ଗୋଲାପ
ମୋ ମନ ବଗିଚାର
ପାରିଜାତ
ତମେ ମୋ ପଦ୍ମିନୀ
ମୋ ହୃଦ ସରୋବରେ
ପ୍ରସ୍ପୁଟିତ
ତମ ପ୍ରେମ ମୋର
ଅମୃତ କଳସୀ
ମୋର ଅମରତ୍ୱ ରସ
ତମ ପ୍ରେମ ମୋର
ଶାଶ୍ୱତ ଗୀତିକା
ମୋର ପୁଲକ ଉଛ୍ଵାସ
ତମ ଗୋଲାପୀ ପ୍ରେମର
କଣ୍ଟକ ପୀଡନ
ମୋର ନିର୍ବାଣର ଯୋଗମାର୍ଗ
ତମ ସୁଧାଓଠ ଝରା
ରସ କଲ୍ଲୋଳିନୀ
ମୋର ପ୍ଲାବନର ମଧୁପର୍ବ l