ମନବାଞ୍ଛା
ମନବାଞ୍ଛା
ଜଗତ ତାରକ ଜନ ଦୁଃଖ ହାରି
ମନବଞ୍ଛା ପୂର୍ଣ୍ଣ କର,
ଭରୋସା କରିଛି ପ୍ରଭୁ ଦୋଇତାରି
କୃପାସିନ୍ଧୁ କୃପା କର।
ଦିଶେ ନାହିଁ ବାଟ ତହ ବିନୁ ଅନ୍ୟେ
ହୃଦୟର ମାଳି ତୁମେ,
ସିଞ୍ଚି ଦିଅ ନୀର ହୃଦୟ ଉଦ୍ୟାନେ
ନବ ପ୍ରାଣ ଦିଅ ତୁମେ।
କର୍ତ୍ତବ୍ୟ ଜଡ଼ିତ କର୍ମକୁ କରିଛ
ପୂର୍ଣ୍ଣ କର କର୍ମ ମୋର,
ହସି ଉଠୁ ଥରେ ତହରି ଉଦ୍ୟାନ
ପୂର୍ଣ୍ଣ ହେଉ କର୍ମ ମୋର।
ଅନ୍ଧାର ଦିଶୁଛୁ କର୍ମପଥ ମୋର
ଚିନ୍ତିତ କର୍ତ୍ତବ୍ୟ ପାଇଁ,
ପୂରଣ କରିଲେ କର୍ତ୍ତବ୍ୟ ମୋହର
ନାହିଁ ଚିନ୍ତା ଅନ୍ୟ ପାଇଁ।
ଧ୍ୟାନ ଦିଅ ଥରେ ଜଗତ ଠାକୁର
ସୃଷ୍ଟି କର୍ତ୍ତା ପ୍ରଭୁ ତୁହି,
ଯାହା କିଛି ହୁଏ ଏ ମହି ମଣ୍ଡଳେ
ସର୍ବେସର୍ବା ପ୍ରଭୁ ତୁହି।
ଏ ଛାର ମାନବେ ନାହିଁ କିଛି ଶକ୍ତି
ତଶକ୍ତିରେ ବଳିଆର,
ଦେଲେ ଟାଣି ଡୋର ନ ରହିବ କିଛି
ସବୁ ହେବ ଅନ୍ଧକାର।
ବସିଛୁ ନିଶ୍ଚିନ୍ତେ ବଡ଼ଦେଉଳରେ
ଭାଇ ଭଉଣୀ ଙ୍କୁ ଧରି,
ଚକାନୟନରେ ଦେଖ ପ୍ରଭୁ ଥରେ
ଭକ୍ତ କରେଟି ଗୁହାରି।
ମାଗୁ ନାହିଁ ଧନ ମାଗୁ ନି ବୈଭବ
କର୍ତ୍ତ୍ୟବକୁ ପୂର୍ଣ୍ଣ କର,
ଭକ୍ତି ରହୁ ପ୍ରଭୁ ଚରଣେ ନିରତେ
ମନବାଞ୍ଛା ପୂର୍ଣ୍ଣ କର।
ତହ ବିନୁ ନାହିଁ ସମ୍ଭବ ହିଁ କିଛି
ହୃଦୟେ ଚନ୍ଦନ ତୁମେ,
ଅସମ୍ଭବ ସବୁ ସମ୍ଭବ କରହେ
ଜୀବନେ ରତନ ତୁମେ।
ପ୍ରଭୁ ଗିରିଧାରୀ ଶୁଣ ଡାକ ମୋର
କର୍ତ୍ତ୍ୟବକୁ ପୂର୍ଣ୍ଣ କର,
ଦିନରାତ୍ରି ରହୁ ଭକ୍ତି ତ ଚରଣେ
ଆଶିର୍ବାଦ ଏହୁ କର।