ମୋ ପ୍ରେମର ମରୀଚିକା
ମୋ ପ୍ରେମର ମରୀଚିକା
ଚାଲି ତୋ ଅଙ୍କାବଙ୍କା
ହସ ତୋ ଲକ୍ଷେ ଟଙ୍କା
ଉର୍ବଶୀ ଠାରୁ ଅଧିକl,
ଯେତେବେଳେ ଦିଖିଲି
ତା ପ୍ରେମ ପଡିଲଳଲା
ସିଏ ହେଲା ମୋ ନାୟିକା ।
ଆଖି ମୋ ଗଲା ଲାଖି
ତା ଚାରୁ ରୂପ ଦେଖି
ହୋଇଗଲି ମୁଁ ପାଗଳ,
ସେ ଦିନୁ ପିଚ୍ଛା କଲି
ତାକୁ ପାଇବି ବୋଲି
ଖୋଜୁଛି ତାକୁ କେବଳ l
ସାଜି ମରୁଭୂମି ପଥିକ
ଖୋଜି ବୁଲୁଛି ଅନେକ
ପାଇ ଶୋଷେ ମରୀଚିକା ।
ହାତରେ ଦେ ତୁ ଧରା
ଆଲୋ ମୋ ଲୋଟାଣି ପାରା
ଉଡି ଆ' ତୁ ମୋର ପାଖକୁ,
ପ୍ରେମ ଆଧାର ଦେଇ
ପୋଷିବି ତୋତେ ନେଇ
ଜାଗା ଦେଇ ମୋର ମନକୁ,
ହୃଦୟ ମନ୍ଦିରରେ
ନିତି ମୁଁ ପୂଜା କରେ
ସାଜିଲୁ ମୋର ତୁ ପ୍ରେମିକା ।