ମୋ" ପ୍ରେମର ଠିକଣା
ମୋ" ପ୍ରେମର ଠିକଣା
ପାରାରେ ପାରା
ମୋ ଲୋଟଣୀ ପାରା,
କାହାକୁ ତୁହି
ନ ଦେବୁରେ ଧରା l
ନେଇ ମୋ ଚିଠିକୁ
ଦେବୁ ମୋ ପ୍ରିୟାକୁ,
ଚାନ୍ଦିନୀ ରlତି
ମୋ ଚାନ୍ଦିନୀ ରାତି,
ସେ ରାତି ଥିଲା
ମୋ ପୀରତି ରାତି l
ମନ ମୁଁ ଦେଲି
ପ୍ରେମରେ ହଜିଲି,
ଘର ଦୁଆର
ସବୁ ମୁଁ ଭୁଲିଲି l
ଭଲ ପାଇ ମୁଁ
ଗୋଟିଏ ପୁଅକୁ l
କି ମାୟା କଲା
ମୋତେ ସେ ପୁଅଟି,
ଜାଣି ନ ଥିଲି
ମୁଁ ତାର ନାମଟି l
ସିଏ ନ ଜlଣେ
ମୋ ନାମ ଠିକଣା,
ପ୍ରେମ କରୁଛି
ହୋଇ ବାଟବଣା l
ଖୋଜି ବୁଲୁଛି
ଦେଖା କରିବାକୁ l
ସେ ରାତିଥିଲା
ମୋ ପ୍ରଥମ ଦେଖା,
ତା ପର ଠାରୁ
ମୁଁ ଖୋଜୁଛି ଏକା l
ମୋ ପାରା ଆସି
ପାଖେ ପହଁଚିଲା,
ଗୋଡ଼ରେ ଚିଠି
ତାର ବାନ୍ଧଥିଲା l
ଖୋଲିବାରୁ ମୁଁ
ପାଇଲି ଚିଠିକୁ l
ପାଇଲି ମୁହିଁ
ତାଙ୍କର ଠିକଣା,
ଯାହା ପାଇଁ ମୁଁ
ହୋଇଥିଲି ବଣା l
ଦେଖା କରିବା
ବେଳେ ମୋ ସାଥିରେ,
ପାରାଟି ଥିଲା
ଆମରି ପାଖରେ, l
ଚିହ୍ନି ପାରିଲି
ପ୍ରେମ ଠିକଣାକୁ ।