Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swatishree Pandit

Drama Action Others

4.0  

Swatishree Pandit

Drama Action Others

ମୁଁ କିଏ

ମୁଁ କିଏ

1 min
194


ସଂପର୍କର ବୁଢିଆଣୀ ଜାଲରେ

ରାସାୟନିକ ସମୀକରଣ ଭିତରେ

ସ୍ଵାର୍ଥପରତା ର ଶିଙ୍କୁଳିରେ

ଛଳନା ଭରା ହୃଦୟରେ

ପ୍ରତି ମୁହୂର୍ତ୍ତରେ ପଚାରେ

ମୁଁ ତୁମର କିଏ ।


କାଚର ସ୍ୱପ୍ନ ଘର ଭିତରେ

ନିରାଶାର ନଈରେ

ଲୁହର ନୌକାରେ

ସମୟର ସ୍ରୋତରେ

ଅତୀତର ପୃଷ୍ଠା ରେ

ପ୍ରତି ମୁହୂର୍ତ୍ତରେ ପଚାରେ

ମୁଁ ତୁମର କିଏ ।


ମୋ ଭାବନାରେ

ପ୍ରତୀକ୍ଷାର ଦ୍ଵାରରେ

ସ୍ମୃତିର ବିଜନ ବେଳାରେ

ଅଭୁଲା ମୁହୂର୍ତ୍ତ ଭିତରେ

ସ୍ନେହବୋଳା ସ୍ପର୍ଶରେ

ପ୍ରତି ମୁହୂର୍ତ୍ତରେ ପଚାରେ

ମୁଁ ତୁମର କିଏ ।


ଅସହ୍ୟ ଅବ୍ୟକ୍ତ ବ୍ୟଥା ରେ

ବାର୍ତ୍ତାଳାପର ମିଠା କଥାରେ

ଆଖିଏ ସପନ ଭିତରେ

ଅସନ୍ତୋଷର ବହ୍ନିରେ

କର୍ତ୍ତବ୍ୟର ବସୀକରଣରେ

ପ୍ରତି ମୁହୂର୍ତ୍ତରେ ପଚାରେ

ମୁଁ ତୁମର କିଏ ।



Rate this content
Log in

Similar oriya poem from Drama