Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lingraj Majhi

Abstract Inspirational

3  

Lingraj Majhi

Abstract Inspirational

ନାରୀ

ନାରୀ

1 min
243


ସୃଷ୍ଟି ଉଦେଶ୍ୟ ର ପୂର୍ତ୍ତି

ଓ ପୂର୍ଣ୍ଣଙ୍ଗତା ର କାରଣ ସେ

ଜାୟା-ଜନନୀ ,ସନ୍ମିତ୍ରୀ-ଭଗିନୀ 

ସର୍ବ ରୂପେ ବିଶ୍ବ ବନ୍ଦିତା ସେ ।


ଶାନ୍ତି ସମତା କରୁଣା

ସେନେହ ମମତାର ଜ୍ୱଳନ୍ତ ପ୍ରତୀକ ସେ

ସରବସହିଣୀ, ପ୍ରେମର ମନ୍ଦାକିନୀ

ଯୁଗେ ଯୁଗେ ପ୍ରେରଣାର ଉତ୍ସ ସେ ।


ଗୁଣର ଗହଣା, ପିତାର ପଗଡ଼ି

ଦୁଇ କୁଳ ର ମର୍ଯ୍ୟଦା ସେ

ସହକର୍ମିଣୀ,ସହଧର୍ମିଣୀ,ସହଭାଗିନୀ

ପୁରୁଷ ର ଅର୍ଦ୍ଧାଙ୍ଗିନୀ ସେ ।


ପ୍ରିତୀର ପ୍ରଣୟିନୀ,ଶ୍ରାବଣର କାହାଣୀ

ତ୍ୟାଗମୟୀ,ତିତୀକ୍ଷା ର ଦେବୀ ସେ

ଜ୍ୟୋତି ସ୍ୱରୂପା ସ୍ୱାଧୀ-ସତୀ 

ସ୍ରଷ୍ଟା ଙ୍କ ସର୍ବୋତ୍ତମ ସୁନ୍ଦର ସୃଷ୍ଟି ସେ ।


ଆତ୍ମ ବିଶ୍ବାସୀ ବୀରଙ୍ଗନା

ଯୁଦ୍ଧର ଯଜ୍ଞ ରେ ମହାଆହୁତି ସେ

ଶୋଭା ଓ ସୁନ୍ଦରତାର ଇତିହାସ ରଚେ

କାରଣ ନାରୀ ଟିଏ ସେ ।


      


Rate this content
Log in

Similar oriya poem from Abstract