Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pt.Abhaya Kumar Tripathy Sharma

Abstract Inspirational

3  

Pt.Abhaya Kumar Tripathy Sharma

Abstract Inspirational

ନିଦାଘ

ନିଦାଘ

1 min
139



ବୈଶାଖର ତାତି ନିଦାଘର ରାତି

ବାତ ନହୁଏ ଚଞ୍ଚଳ l

ଅସହ୍ୟ ଉତ୍ତାପ ନିଦାଘର ତାପ

ଗମ୍ ଗମ୍ ବହେ ଝାଳ ll

ଜୀବ ଜନ୍ତୁ ପକ୍ଷୀ ହୋଇ ନୀରୀମାଖି

ଲୁଚନ୍ତି ବୃକ୍ଷ ଗହଳେ l

ଆକାଶେ ନୀରଦ ନକରନ୍ତି ବାଦ

ଇନ୍ଦ୍ର ବୁନ୍ଦାଏ ନଢାଳେ ll

ଜଳି ପୋଡିଯାଏ ଗୁଳ୍ମରାଜିଯାଏ

ବୃକ୍ଷରେ ନା ଫୁଲ ଫଳ l

ଥୁଣ୍ଟାହୋଇ ଠିଆ ଟାଣକରି ହିଆ

ଜୀବନ ଜିଇଁବା ବେଳ ll

ହା ହା କାର ପଡ଼େ ବୁନ୍ଦାଏ ନଝଡ଼େ

ସତେକି ପଡିଛି କାଳ l

ଆର୍ତ୍ତଚିତ୍କାରରେ ଆତ୍ମଶିତ୍କାରରେ

ଗଡିଯାଉଅଛି ବେଳ ll

ଜଳବୁନ୍ଦା ପାଇଁ ହୋଇ ହାଇଁପାଇଁ

ଜଳ ଅନ୍ୱେଷଣେ ପ୍ରାଣୀ l

ମନୁଷ୍ୟଟି ମଧ୍ୟ ନ କରଇ ସାଧ୍ୟ

ପାଇବାକୁ ଟିକେ ପାଣି ll

ଜଳସ୍ଥର ଏବେ କମିଯାଏ ଭବେ

ଏଥକୁ ଉପାୟ କର l

ବେଳ ଥାଉ ଥାଉଁ ସାବଧାନ ହୁଅ

ଶ୍ରେଷ୍ଠତ୍ବକୁ ରକ୍ଷାକର ll


Rate this content
Log in

Similar oriya poem from Abstract