Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pt.Abhaya Kumar Tripathy Sharma

Classics

4  

Pt.Abhaya Kumar Tripathy Sharma

Classics

ଏସନ ମା ଆସିବେ

ଏସନ ମା ଆସିବେ

1 min
231



ଏସନ ଆସିବେ ମା' ଟିକେ ଉଛୁରରେ

ମଳମାସ ପଡିବାରୁ ବିଧି ବାମକରେ l

ତୁରଙ୍ଗମ ବାହନରେ ଏଣୁ ଆଗମନ

ରାଷ୍ଟ୍ରଭଙ୍ଗ ଯୋଗ ହେବ ଏକଥା ପ୍ରମାଣ l

ନାନାବିଧ ଉପଦ୍ରବ ସଘଂଟିତ ହେବ

ରାଷ୍ଟ୍ରର ବିଭିନ୍ନ ସ୍ଥାନେ ଅନ୍ନ କଷ୍ଟ ହେବ l

ଶତ୍ରୁ ରାଷ୍ଟ୍ରମାନେ ଜାଣ ସକ୍ରିୟ ହୋଇବେ

ଘର ଢ଼ିଙ୍କି କୁମ୍ଭୀରର ରୂପକୁ ଘେନିବେ l

ଗୃହଶତ୍ରୁ ବିଭୀଷଣ ତଡ଼ିତକର୍ମା ହେବେ

ଆତ୍ମ ସ୍ୱାର୍ଥ ହେତୁ ଅନ୍ତେ ନରକେ ପଡ଼ିବେ l

ମା' ଆସିଲା ବେଳକୁ କାଶଫୁଲ ତୋରା

ନଥିବ ଗର୍ଭଣୀ ନଦୀ ବିକଟିତ ଧରା l

ଶରତ ସମ୍ଭାର କିଛି ନଥିବ ପୃଥ୍ଵୀରେ

ନୀରଦ ବର୍ଷୁଣ ଥିବେ ତଡ଼ିତ ବେଗରେ l

ଚାଷ କାମ ପଛାଇବ ଫସଲର ହାନୀ

ବାରମ୍ବାର ହେତୁ ଚାଷୀ କାନ୍ଦିବେ ବାହୁନି l

ଧର୍ମପରାୟଣ ଦିନ ଦୁଃଖୀରଙ୍କି ଜନ

ଧନାଭାବରୁ ସେମାନେ ନପାଇ ବ୍ୟଞ୍ଜନ l

ବହୁ କଷ୍ଟରେ ବିତିବ ତାହାଙ୍କର ଦିନ

ଏମନ୍ତ ବେଳାରେ ମା' ଆସିବେ ଏସନ l




Rate this content
Log in

Similar oriya poem from Classics