Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pt.Abhaya Kumar Tripathy Sharma

Classics Children

3  

Pt.Abhaya Kumar Tripathy Sharma

Classics Children

ଜଟାୟୁ ମୋକ୍ଷ

ଜଟାୟୁ ମୋକ୍ଷ

1 min
202



ହାରାମ, ହାରାମ ବାଣୀ ଶୁଣି କର୍ଣ୍ଣେ

ସୌମିତ୍ରି ଶ୍ରୀରାମ l

ପତ୍ନୀହରା ଦୁଃଖ ତେଜି ରଘୁପତି

କଲେକ ଗମନ ll

ଯେଉଁ ଦିଗୁ ଶବ୍ଦ ଆସୁଥିଲା ଭାସି

ବନାନୀ ମଧ୍ୟରେ l

ଶବ୍ଦ ବାରି ବାରି ପହଞ୍ଚିଲେ ଯାଇ

ଜଟାୟୁ ପାଶରେ ll

କି'ଏ ପକ୍ଷୀବର ! କୁହ ମୋତେ ଗୀର

କି'ବା ପରିଚୟୁ l

ଉତ୍ତରେ କୁହନ୍ତି ଗ୍ରୁଧ୍ର ମୋର ଜାତି

ନାମ ମୋ "ଜଟାୟୁ"ll

ବର୍ବର ରାବଣ ହରି ନେଉଥିଲା

ଜନକ ଦୁଲଣୀ l

ତାହାକୁ ବିରୋଧ କରିବାରୁ ବିଦ୍ଧ

ମୋ ପକ୍ଷକୁ ହାଣି ll

ଉଦ୍ଧର ତାହାଙ୍କୁ ଯାଇ ଦକ୍ଷିଣକୁ

ସମୁଦ୍ର ସେପାରେ l

ସୁବର୍ଣ୍ଣର ଲଙ୍କା କଟକରେ ରହେ

କାହାକୁ ନଡରେ ll

ଦଶରଥ ସୁତ ଶ୍ରୀରାମ ଲକ୍ଷ୍ମଣ

ଆମ୍ଭେ ବେନି ଭାଇ l

ଦୁର୍ଦ୍ଦାନ୍ତ ପାପୀଷ୍ଟ ସେ ଲଙ୍କା ରାବଣ

ଚୋରାଇ ବୈଦେହୀ ll

ଦଶରଥ ମୋର ଘନିଷ୍ଠ ବାନ୍ଧବ

ତୁମ୍ଭେ ତାଙ୍କ ସୁତ l

ପୁତ୍ର ତୁଲ୍ୟ ଅଟ ଶ୍ରୀରାମ ସୌମିତ୍ରି

କର ମୋତେ ମୁକ୍ତ ll

ରାମ ନାମ ସ୍ମରି ଗଲେ ସ୍ୱର୍ଗପୁରି

ସେହି ପକ୍ଷୀରାଜ l

ଶ୍ରୀରାମ ଲକ୍ଷ୍ମଣ କରିଲେ ସେଠାରେ

ଯେ' ଅନ୍ତ୍ୟେଷ୍ଟି କାର୍ଯ୍ୟ ll

ଦକ୍ଷିଣ ମୂରତି ହୋଇ ଚଳିଗଲେ

ଶ୍ରୀରାମ ଲକ୍ଷ୍ମଣ l

ପଥେ ଜଗିଥିଲେ ଶ୍ରୀରାମଙ୍କ ଭକ୍ତ

ମାରୁତି ନନ୍ଦନ ll..........

                    କ୍ରମଶଃ 


Rate this content
Log in

Similar oriya poem from Classics