Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational

4  

Bharatabandhu Biswal

Tragedy Inspirational

ନିଧନ ସଙ୍ଖାଳି

ନିଧନ ସଙ୍ଖାଳି

1 min
216



ଘୋର କଳିକାଳ ରୀତି ଧରମ ସଙ୍କଟ

କୁଳ ବଂଶ ସଂସାରରେ ସମସ୍ୟା ଉତ୍କଟ । 

             ଶୁଣ ବିଶିକେଶନ----

ପୁରାଣ ଶାସ୍ତ୍ର ପଣ୍ଡିତ ମଣିଷର ବୁଦ୍ଧି

ହୋଇଲାଣି ବାଟବଣା ପ୍ରଣବ ଅଶୁଦ୍ଧି ।

             ଶୁଣ ବିଶିକେଶନ--

ଆତ୍ମସୁଖ ସର୍ବସ୍ୱ ସେ ବଡ଼ ଅହଙ୍କାରୀ

ସ୍ନେହ ପ୍ରେମ ମମତାକୁ ଦେଉଛି ପାଶୋରି ।

             ଶୁଣ ବିଶିକେଶନ ---

ବୃଥା ମଣିଷ ଜନମ ମମତାର ବିନା

ସୁଖ କି ପାରିବ ଦେଇ ଖାଲି ଟଙ୍କା ସୁନା ।

            ଶୁଣ ବିଶିକେଶନ----

ସଂସାରେ ବିଷୟ ସୁଖ ଅଟଇ ଅସାର

ବଢାଏ ଅଶାନ୍ତି ଦୁଃଖ ଦିଅଇ କେବଳ ।

           ଶୁଣ ବିଶିକେଶନ---

ଭୁଲି ସିନା ଯାଉଅଛି ଭେଳିକିରେ ମନ

ପାର୍ଥିବ ପାଶ୍ଚାତ୍ୟ ଭୋଗ ସଙ୍କଟ କାରଣ ।

            ଶୁଣ ବିଶିକେଶନ---

ଦେଖିଛି ଦୁଇ ନୟନେ ଶୁଣିଛି କର୍ଣରେ

ବତ୍ସା ଛାଡି ଗାଈଟିଏ ହମ୍ବା ରଡ଼ି ଛାଡ଼େ ।

             ଶୁଣ ବିଶିକେଶନ---

ଖାଏ ନାହିଁ ଶୁଏ ନାହିଁ ଛାଡଇ ବୋବାଳି

ଖୋଜୁଥାଏ ତା ବାଛୁରୀ ନିଧନ ସଙ୍ଖାଳି ।

          ଶୁଣ ବିଶିକେଶନ---

ଆମ ଖୁଣ୍ଟ ଗୁହାଳରେ ଘର ପରିବାରେ

ଗୁମୁରି କାନ୍ଦେ ଜୀବନ ଆତ୍ମାକୁ ଧିକ୍କାରେ ।

          ଶୁଣ ବିଶିକେଶନ---

ବୃଦ୍ଧକାଳେ ପୁତ୍ର କନ୍ୟା ଅନ୍ଧର ଲଉଡି

ହୁଅନି ନିର୍ଦ୍ଦୟ ବାରେ ଏତିକି ଗୁହାରି ।

          ଶୁଣ ବିଶିକେଶନ---

   -------



Rate this content
Log in

Similar oriya poem from Tragedy