Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kangali Sethy

Romance

4.1  

Kangali Sethy

Romance

ନୀଳକଇଁ

ନୀଳକଇଁ

1 min
403



ନୀଳ ନିର୍ଜନର ନୀଳକଇଁ ମୁଁ

 ନୀଳାକାଶେ ଅଛି ଚାହିଁ

ଅସରା ଅସରା ଅଶ୍ରୁରେ ଭିଜୁଛି

 ଆଶ୍ରା ମୋର କେହି ନାହିଁ ।


ଝରା ବଉଳର ବାସ୍ନା ନାହିଁ ମୋର

 ନୁହେଁ ମୁଁ କନକ ଚମ୍ପା

କଣ୍ଟି ଗଡ଼ିଆର ପଙ୍କରେ ଜନ୍ମ ମୋ

 ବୄଥାରେ ଭାବି ବି କିମ୍ପା ।


ଅସ୍ତରାଗରେ ବ୍ୟସ୍ତ ହୁଏନି 

 ଅଙ୍ଗରାଗରେ ଶୂନ

ସେଇ ମୋ ସପନ ସେଇ ମୋ ଜୀବନ

 ନୀଳ ଆକାଶର ଜହ୍ନ ।


ଆଶା ନାହିଁ ମୋର ବାଡୁଅ ପାଣିରେ

 ଖଇ କଉଡିର ଖେଳ

ଜଳି ଯାଉ ମୋର ଜନ୍ମର ଜୁଇ

 ପାପ ପୁଣ୍ୟର ବେଳ ।


ସମର୍ପି ଦେଇଛି ପରାଣ ପସରା

 ସେ ମତେ ଦେଇଛି ହୃଦ

ଜ୍ୱଳନ ତିବ୍ରତା ଅସହ୍ୟ ନ ହେଉ

 ମୁଁ ତାହାର ଜଉମୁଦ ।



Rate this content
Log in