ନୀରବତା
ନୀରବତା
ତୋ' ମନର ନୀରବତା କହିଯାଏ କେତେ କଥା
ଅକୁହା ବେଦନା ଜର୍ଜରିତ ସନ୍ତାପିତ ଦରଦୀ ଗାଥା
ତୋ ଛାତି ତଳେ ଲୁକାୟିତ କେତେ ଯେ ଯାତନା
ସେସବୁର ହିସାବ କେହି ବି କେବେ କରି ପାରେନା ।
ତୋ ଆଖିର ଗଭୀରତା ଘୁରାଇ ଦିଏ ମୋହର ମଥା
ସେଇ ଗଭୀର ଆଖିରେ ଦିଶେ ଦୁଃଖର ଛବିଳ ଇନ୍ଦ୍ରଧନୁ
କେବେ ଫିକା କେବେ ଗାଢ଼ା ରଙ୍ଗିନ୍ ତା'ର ବିବର୍ଣ୍ଣ ତନୁ
ସେ ଗଭୀରତା ମାପିବାକୁ ମୁହିଁ ସାହାସ ଜୁଟାଇ ପାରେନା ।
ତୋ ଓଠର ନିରସତା ଦିଏ ମୌନ ବ୍ରତର ବାରତା
ତୋର ମଉନ ରହିବାରେ ହିଁ କାଳେ ଜଗତର କଲ୍ୟାଣ
ଖୋଲିଲେ ତୁ ଓଷ୍ଠ ଧାର ବାରେ ଲେଉଟାଇଲେ ଜିହ୍ଵା
ସୃଷ୍ଟି ହେବ ପୃଥିଧ୍ବଂସୀ ପ୍ରଳୟଙ୍କାରୀ ତାଣ୍ଡବର ବିଭିଷିକା ।
ଶୁଣି କି ପାରିବୁ ତୁ ବିପନ୍ନ ପ୍ରାଣୀର ତୀବ୍ର ଆର୍ତ୍ତ ଧ୍ବନି
ସୃଷ୍ଟି କଲ୍ୟାଣ ହେତୁ ତୁ ରହିଥା ମାଆ ଚିରକାଳ ତୁନି ।