Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Inspirational

3  

Satyanarayan Sahoo

Action Inspirational

ନନ୍ଦିଘୋଷ ରଥେ ବିଜେ କଳାବାମନ

ନନ୍ଦିଘୋଷ ରଥେ ବିଜେ କଳାବାମନ

1 min
143



ନନ୍ଦିଘୋଷ ରଥେ ବିଜେ କଳା ବାମନ

ଭକତ ହିତ ରେ ଦେଉ ଥାଏ ଦର୍ଶନ ।

ପ୍ରତି ବରଷ କୁ ଥରେ ରଥ ଯାତ୍ରା ରେ 

ଭକତ ପାଇଁ କି ନାନା ଲୀଳା ସେ କରେ ।

ଭକତ ଜୀବନ ସେ ଭକତ ବାତ୍ସଳ

ଭକତ କୁ ମୋକ୍ଷ ଦାନ କରେ ଚିର କାଳ ।

ଭକତ ହରଷେ ଆପେ ହୁଏ ହରଷ

ଭକତ ପାଇଁ କି ବୋହେ ନାନାଦି ବେଶ ।

ଭାବ ଭୋଲେ କରେ ଭକ୍ତ ଜନ ଙ୍କୁ ଭୋଳା

ଭକତ ପାଇଁ କି ଚଳେ ତାହାର ଲୀଳା ।

ବଡ଼ ଦାଣ୍ଡ ରେ ବିଜେ ଭାଇ ଭଗିନୀ ଙ୍କ

ସହିତ , ସେବା କରୁ ଥାନ୍ତି ନିତି ସେବକ ।

ବଡ଼ ଦlଣ୍ଡେ ଗଡି ଯିବ ନନ୍ଦି ଘୋଷ ରଥ

କାଳିଆ ଦର୍ଶନ କରି ଭକ୍ତ ହେବେ ମୋକ୍ଷ ।

ଚାଲ ହେ ଦେଖିବା ଚାଲ ପୁରୀ ଧାମ ରେ

ଚାଲ ହେ ଦେଖିବା ଚାଲ ଶିରୀ କ୍ଷେତ୍ର ରେ ।

ନନ୍ଦି ଘୋଷ ରଥେ ବିଜେ କଳା ବାମନ

ଖେଳଇ ଆହା କି ଦିବ୍ୟ ପୁଲକ ପ୍ଲାବନ ।

ଭକ୍ତ ମାନ ଙ୍କ ମେଳରେ କରିଲେ ଦର୍ଶନ

ଖଣ୍ଡିବ ଅଶେଷ ପାପ , ଲାଭ ହେବ ପୂଣ୍ୟ ।

ବାଜେ ନାନା ବାଦ୍ୟ ଘଣ୍ଟ ତୂରୀ ମହୁରୀ 

ଭକ୍ତ ଜନ ଏ ନନ୍ଦିଘୋଷ ନେବେ ଟାଣି ।

ରଥ ଯାତ୍ରା ରେ ଚାଲ ଭକ୍ତ ମେଳ ରେ

କାଳିଆ ସାଆନ୍ତେ ଦେଖି ଯିବା ଚାଲ ହେ ।


Rate this content
Log in

Similar oriya poem from Action