Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ନନ୍ଦିନୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି

ନନ୍ଦିନୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି

1 min
194


ମୁଁ ଥିଲି ସଭ୍ୟ ୧୯୭୩ରୁ ୮୨ ପର୍ଯ୍ୟନ୍ତ 

ଅଖିଳ ଭାରତ ଛାତ୍ର ସଂଘର

ବହୁବାର ଭେଟ ହୋଇଥିଲା ଓଡିଶାର 

ଏକ ନାରୀନେତ୍ରୀ ସହ ମୋର ।


ନନ୍ଦିନୀ ଦେବୀ ନାମ, ଗଳ୍ପ ଅନାଥ-୧୯୪୨କୁ 

ସେ ସୃଷ୍ଟି କରିଛନ୍ତି  

କେତୋଟି କଥା-୧୯୬୭, ସପ୍ତଦଶୀ-୧୯୮୮ 

ଗଳ୍ପ ସେ ଲେଖନ୍ତି ।


ନନ୍ଦିନୀ ଶତପଥୀ ଜନମିଥିଲେ ଉତ୍କଳରେ 

୯ ଜୁନ ୧୯୩୧ମସିହାରେ

ସମସ୍ତଂକୁ ୪ ଅଗଷ୍ଟ ୨୦୦୬ ଶୋକରେ 

ଭସାଇ ଇହଲୀଳା ସମ୍ବରିଲେ ।


ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଲୌହ

ମାନବୀ ରୂପେ ଖ୍ୟାତ

ଜଣେ ଲେଖିକା ଥିଲେ ରାଜନୀତି ତଥା 

ସାହିତ୍ୟରେ ସେ ସୁପରିଚିତ ।


ଉପନ୍ୟାସ, ଟିକି ସୁନା ହଜିଗଲା ସେହି 

ନାରୀନେତ୍ରୀଂକ କୃତ

ଗାନ୍ଧୀକଥାମୃତ-୧୯୭୦, କେନ୍ଦ୍ର ସାହିତ୍ୟ 

ଏକାଡେମୀଦ୍ୱାରା ପ୍ରକାଶିତ ।


କ୍ରିଷ୍ଣା କ୍ରିପାଳିନୀଙ୍କ ‘ଅଲ ମେନ ଆର 

ବ୍ରଦର୍ସ’ର ଅନୁବାଦ ଓଡ଼ିଆରେ 

ଅମୃତା ପ୍ରୀତମଙ୍କ ଆତ୍ମଜୀବନୀ ‘ରେଭିନ୍ୟୁ ଟିକେଟ’ର 

ଅନୁବାଦ ରସିଦ୍ ଟିକଟ-୧୯୯୦ ରେ ।


କେନ୍ଦ୍ର ସାହିତ୍ୟ ଏକାଡ଼େମୀ ବିଜେତା ଏହି 

ଅନୁବାଦ ପୁସ୍ତକ ପାଇଁ ୧୯୯୫ ମସିହାରେ  

ବଙ୍ଗଳା ଲେଖିକା ତସଲିମା ନସରିନଙ୍କ ‘ଲଜ୍ଜା’ 

ବହିର |ଓଡ଼ିଆ ଅନୁବାଦ ୧୯୯୩ରେ ।


କରିଛନ୍ତି ଅନୁବାଦ ମହାଶ୍ୱେତା ଦେବୀଙ୍କ 

‘ପଚାଶୋଟି ଗଳ୍ପ’ରୁ କୋଡ଼ିଏଟିର

ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସୁଲେଖିକା, 

ଗର୍ବ ଗୌରବ ଢେଙ୍କାନାଳ ମାଟିର ।


କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୫ 

ପ୍ରଜାତନ୍ତ୍ର ପ୍ରଚାର ସମିତି ପୁରସ୍କାର

ହାସଲ କରନ୍ତି ପୁରସ୍କାର ସେ ମହୀଅସୀ ମହିଳା

ସାହିତ୍ୟ ଭାରତୀ ସମ୍ମାନର ।


Rate this content
Log in

Similar oriya poem from Inspirational