ନୂଆ ନୂଆ ଅନୁଭୂତି ଶୁଭର ଲକ୍ଷଣ
ନୂଆ ନୂଆ ଅନୁଭୂତି ଶୁଭର ଲକ୍ଷଣ
ନାହିଁ ପରିତ୍ରାଣ ଆଉ ଭ୍ରଷ୍ଟାଚାରୀଙ୍କର
ଲୁଚି ବୁଲୁଛନ୍ତି ଭ୍ରଷ୍ଟ ଡ଼ରରେ କାତର
ଶୁଭାରମ୍ଭ ରାମରାଜ୍ୟର
ରାମଙ୍କ ମହିମା ଗୁଞ୍ଜେ ବ୍ରହ୍ମାଣ୍ଡ ଭିତର !!
ନ ଚଳିବ ଆଉ ବନ୍ଧୁ ନେତାଙ୍କ ତାଣ୍ଡବ
ନୁହନ୍ତିଯେ ମୂର୍ଖ ଜନ ଦେଖନ୍ତିକୌରବ
କାହିଁ ରେ ଜନସେବା ଭାବ
ସମ୍ପତି ଅର୍ଜନ ମାତ୍ର ତାଙ୍କରି କର୍ତ୍ତବ୍ୟ !!
ପାପର ପ୍ରାଚୀର ଧଂସ ରାଷ୍ଟ୍ରର ନିର୍ମାଣ
ଭ୍ରଷ୍ଟାଚାରୀଙ୍କ ସମ୍ପତି ଜନତା କଲ୍ୟାଣ
ଅମୃତ କାଳର ଲକ୍ଷଣ
ରାମନାମଗୁଞ୍ଜେ ଜନେ ଭକ୍ତିରପାର୍ବଣ !!
ସଂଘର୍ଷ ଗୌରବ ଅବା ଫେରି ଆସି ଅଛି
ପ୍ରଭୁ ବାଲ୍ୟ ରୂପ ଭକ୍ତ ଦର୍ଶନ କରୁଛି
ଇତିହାସ ନୂଆ ଲେଖୁଛି
କୀର୍ତ୍ତି ଓ ବୈଭବ ଗାଥା ବିଶ୍ବରେଗୁଞ୍ଜୁଛି !!
ବିଶ୍ବ ଗୁରୁ ସ୍ବପ୍ନ ଦୃଶ୍ୟ ଅଙ୍କୁରିତ କିବା
ରାମରାଜ୍ୟ ପରି ହୁଏ ଶାସନ କରିବା
ବନ୍ଧୁ, ଯୁଗ ତ୍ରେତୟା ଅବା
ରାଷ୍ଟ୍ର ପ୍ରେମ ପ୍ରୀତିର ଯେ ବହୁ ଅଛି ହବା !!