Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଓଡ଼ିଶାର ରାଣା

ଓଡ଼ିଶାର ରାଣା

1 min
321



କାଲି ଶୁଣିଥିଲେ ରାୱତଙ୍କ କଥା

ଏ ଯାଏ ଶୁଖିନି ଆଖିରୁ ଲୁହ l


ଛାତି ଫାଟଯାଏ ଆଜି ପୁଣି ଶୁଣି

ଶହୀଦ ହୋଇଛି ଓଡ଼ିଆ ପୁଅ l


ଇତିହାସେ ସର୍ବେ ପଢ଼ିଥିଲୁ ଆମ୍ଭେ 

ରାଜପୁତ ବୀର ପ୍ରତାପ ରାଣା l


ଓଡ଼ିଶା ମାଟିର ତାଳଚେରେ ଘର 

ଆମ ଦାସ ରାଣା ତହୁଁକି ଉଣା l


ବରଷକ ମାତ୍ର ପୁଅକୁ ତାହାର ଯାଇ 

ଥିଲା ଏବେ ବୁଝାଇ କରି l


ମାଆ ଜେଜ ସଙ୍ଗେ ଖେଳୁଥାଆ ବାବା 

ଡାକ ଦେଲାଣି ପା ସୀମାରେ ଅରି l


ପଣ ମୁଁ କରିଛି ମାଆ ସେବା କରି 

ହାରିବି ଜୀବନ କାଟିବି ମଥା l


ବଡ଼ ହେଲେ ବାବା ଏହି ବ୍ରତ ତୋର 

ଏକଥା ବାବାରେ ମନେ ରଖିଥା l


ଅବୋଧ ଶିଶୁଟି କଇଁ କଇଁ କାନ୍ଦେ କି 

ହେଲା କି ହେଲା କି ହେଲା ଆଜି l


ବାପା ଯାଇଛନ୍ତି ଅମର ଭୁବନେ ଶିଶୁ 

ମନ ତାର ପାରୁନି ବୁଝି l


ହେ ରାଣା ତୁମେ ତ ଅମର ଶହୀଦ 

ଏହା ଥିଲା ତୁମ ଵିଧି ଲିଖନ l


ବିଧାତା ଲିଖନ କେ କରିବ ଆନ

ଦେଶସେବା କରି ଦେଲ ଜୀବନ l


କୋଟି ଜନତାର ପ୍ରଣତି ହେ ବୀର 

    ଜୟ ଯବାନ ଜୟ l


ଭାରତ ମାତା କି ଦୁର୍ଜୟ ଝଣ୍ଡା 

   ଭାରତ ମାତା କି ଜୟ l


ବୀର ସନ୍ତାନ ରାଣା ପ୍ରତାପ 

    ଅମର ରହେ !

     

       



Rate this content
Log in

Similar oriya poem from Inspirational