Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sitansu Jena

Abstract Inspirational Others

3  

Sitansu Jena

Abstract Inspirational Others

ପାର୍ବଣ ଆସୁଛି

ପାର୍ବଣ ଆସୁଛି

1 min
153



ଧରାବତରଣ କରୁଛି ପାର୍ବଣ

ଲାସ୍ୟମୟୀ କାଶ ହସେ

ଗୁଗ୍ଗୁଳ କର୍ପୁର ଚୁଆ ଚନ୍ଦନରେ

ଚଉଦିଗ ଆହା ବାସେ

ତଡ଼ାଗରେ ଖେଳେ କୁମୁଦ କୁମାରୀ

ଅମ୍ବରେ ବଉଦ ଭାଷେ 

ଧରାବତରଣ କରୁଛି ପାର୍ବଣ

ଲାସ୍ୟମୟୀ କାଶ ହସେ ll


ପଦୁଅଁ ମନ୍ଦାର ହୋଇ ଛନ ଛନ

ଅପେକ୍ଷାର ଅବିରତ

ମହକେ ଶେଫାଳୀ ସୁଗନ୍ଧ ବିଛୁରି

କରି ଆଗେ ମଥାନତ

ହଂସ ହଂସରାଳୀ ଆନନ୍ଦେ ପହଁରି

ଶରଦ ଚନ୍ଦ୍ର କି ଦିଶେ

ଧରାବତରଣ କରୁଛି ପାର୍ବଣ

ଲାସ୍ୟମୟୀ କାଶ ହସେ ll


ବୀର ବାଦ୍ୟ ବୀର କାହାଳୀ ଶୁଭୁଚି

ପଟହଃ ଗୁଜ୍ଜରୀ ଶୁଭେ

ଦାଉଣ୍ଡି ମର୍ଦ୍ଧଳ କଡ଼ା ବାଯୁଅଛି

ଚଉଦିଗ ଶୋଭେ ଶୋଭେ

ମୁକୁତା ବର୍ଷୁଛି ଝଲମଲ ହୋଇ

କାହା ଅପେକ୍ଷାର ଆସେ 

ଧରାବତରଣ କରୁଛି ପାର୍ବଣ

ଲାସ୍ୟମୟୀ କାଶ ହସେ ll



Rate this content
Log in

Similar oriya poem from Abstract