Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Others

3  

Satyanarayan Sahoo

Action Others

ପହଣ୍ଡି ବିଜେ

ପହଣ୍ଡି ବିଜେ

1 min
267



ରଥ ଯାତ୍ରା ବେଳେ  , ଜାଣତ ସକଳେ 

ହୁଅଇ ପହଣ୍ଡି ଯାତ

ଶ୍ରୀ ମନ୍ଦିର ତେଜି ରଥେ ବିଜେ କରି

ଥାଆନ୍ତି ଜଗଟ ନାଥ ।


ଭକତ ସେବକ ସେବା କରି କରି

ତିନି ଦିଅଁଙ୍କୁ ସେ ଧରି

ନେଇ କି ରଥ ରେ ବସାଇ ଦିଅନ୍ତି

ପହଣ୍ଡି ବିଜେ ଏପରି ।


ଦୁଇ ପ୍ରକାରରେ ହୋଇ ଥାଏ ଏହି

ଧାଡ଼ି ପହଣ୍ଡି ଓ ଗୋଟି

ରତ୍ନ ବେଦୀ ଠାରୁ ସ୍ନାନ ମଣ୍ଡପକୁ

ଦିଅଁ ଯେବେ ବିଜେ ହୋନ୍ତି ।


ନାଚି ନାଚି ଚାଲି ଥାନ୍ତି ଝୁଲି ଝୁଲି

ଯେବେ ଚତୁର୍ଦ୍ଧା ମୂରତି

ଧାଡ଼ି ରେ ରହିବା ହେତୁ ରୁ ତାହା କୁ

ଧାଡ଼ି ପହଣ୍ଡି କହନ୍ତି ।


ରଥ ରେ ବସିବା ଆଉ ଓହ୍ଲାଇବା

ବେଳେ ଯେ ପହଣ୍ଡି ହୁଏ

ସେହି ପହଣ୍ଡିକୁ ଯେ , ଗୋଟି ପହଣ୍ଡି 

ବୋଲି କୁହା ଯାଇ ଥାଏ ।


ଗୋଟି ଗୋଟି ହୋଇ ଦିଅଁ ବୋହା ହୋଇ

ଭକତ ସେବକ ମେଳେ

ଗହଳି ଲଗାଇ ହଲି ହଲି ଯାଇ

ବିଜେ କରନ୍ତି ରଥ ରେ ।


ପହଣ୍ଡି ବିଜୟ ଦେଖିବା ପାଇଁ କି 

ଲାଗଇ ଆହା କି ମଜା

 ଅତି ମନୋହର ବେଶ ବାସ ହାସ

ପାଟ ଛତ୍ର ଆଉ ଧ୍ଵଜା ।


ଉଡାଇ ଉଡାଇ ବିଜେ ହୋନ୍ତି ଯାଇ

ତିନି ଦିଅଁ ଯେ ରଥ ରେ

ଦର୍ଶନେ ଭକତ ମନ ପ୍ରାଣ ମତ୍ତ

ହୁଅଇ ଭକ୍ତି ରସ ରେ ।



Rate this content
Log in

Similar oriya poem from Action