Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Action

4  

Rabindra kumar Sahoo

Abstract Action

ନିଷିଦ୍ଧ ଇଲାକା

ନିଷିଦ୍ଧ ଇଲାକା

1 min
226


     

     ଚଳିବନି ସେଠି ଗୁଣ୍ଡାମି ଭାଣ୍ଡାମୀ

      ଅଶାନ୍ତି ବିଶୃଙ୍ଖଳା ସେଠି

        ହୋଇଥାଏ ଅକାମୀ

      ଚାଲେ ନାହିଁ ସେ ସ୍ଥାନେ

       ଗୁଣ୍ଡା ମାନଙ୍କର ରାଜୁତି ଓ ଧମାକା

       ସେ ଅଟେ ଶୃଙ୍ଖଳା ର ସ୍ଥାନ

         ସେ ନିଷିଦ୍ଧ ଇଲାକା ।

   

     ଭଦ୍ରାମି ଶିଷ୍ଟାଚାରେ ସେ ସ୍ଥାନ ପରିପୂର୍ଣ୍ଣ

      ଅସାମାଜିକ କାର୍ଯ୍ୟକଳାପର 

      ସେଠିନାହିଁ ସ୍ଥାନ

      କିବା ରାତ୍ରି କିବା ଦିନ

      ଶାନ୍ତ ପରିବେଶର ଅଟେ ଉଦାହରଣ

     ନାହିଁ ହିଂସା ଦ୍ଵେଷ ବିଦ୍ଵେଷର ସ୍ଥାନ

      ସମାଜ ଗଠନର ନିଭାଏ ଭୂମିକା

       ନୀତି ଆଦର୍ଶ‌‌‌ ର ଅଟେ ସେ ଇଲାକା

        ଶାନ୍ତି ଓ ସମୃଦ୍ଧି ପାଇଁ

        ବିକାଶର ରଥ ସେହି

      ସେହି ସେ ନିଷିଦ୍ଧ ଇଲାକା ।

    

     ଏକଛତ୍ରବାଦୀଙ୍କର ଚାଲେନି ଶାସନ

     ଚାଲେନି ଲାଞ୍ଚ ମିଛ 

        ଚାଲେନି ସେଠି ଶୋଷଣ

      ଦେଶ ଜାତିକୁ ଦିଏ ସେ ସୁରକ୍ଷା

       ସୁରକ୍ଷା କବଚ ସଦୃଶ  

        ହୁଏ ସେ ଦୃଶ୍ୟମାନ

        ସାର୍ବଭୌମ ର ଚିହ୍ନ ସେହି

        ମାତୃଭୂମି ର ସୀମା ସେହି

       ସେ ଦିଏ ଆମ ସମ୍ବିଧାନକୁ

        ଆମ ଜାତୀୟ ପତାକା କୁ

        ସମ୍ମାନ ଓ ସୁରକ୍ଷା

      ଆମ ନୀତି ନିର୍ଦ୍ଧାରଣ ର କକ୍ଷ ସେହି

       ଆମ ଦେଶର ସଂହତି ଓ ମର୍ଯ୍ୟାଦା ର

         ସମ୍ମାନୀୟ ଇଲାକା

       ଆମ ସମସ୍ତଙ୍କ ପାଇଁ ସୁରକ୍ଷା ବଳୟ ସେହି

         ଶାନ୍ତି ମୈତ୍ରୀ ରେ ଗଢା ଆମ ପାଇଁ

           ସେହି ନିଷିଦ୍ଧ ଇଲାକା ।


     ବୀରତ୍ଵର ଗାଥା ସେଠି 

          ହୋଇଥାଏ ଲେଖା

      ମିଛୁଆ ରାଧୁଆ ମାନଙ୍କର

         ଖୋଲିଯାଏ ମୁଖା

      ଦେଶ ନିର୍ମାଣର ପରିକଳ୍ପନା

       କରେ ସେ ଇଲାକା

     ଅନ୍ୟାୟ ଅନୀତି କୁ ନ ଦିଏ

         ସେ ସୁରକ୍ଷା

     ଆମ ସଂସ୍କୃତି କଳା ପରମ୍ପରା ର

       ଗଠନରେ ସମୃଦ୍ଧ ସେ ଇଲାକା

      ଆମ ସମୃଦ୍ଧି ଓ ସୁରକ୍ଷା ପାଇଁ

       ନୀତି ନିର୍ଦ୍ଧାରଣ ର ମନ୍ଦିର 

    ଆମ ସଭିଙ୍କ ପାଇଁ ସେ ନିଷିଦ୍ଧ ଇଲାକା 

      ଦେଶର ବିକାଶ ଦେଶର 

       ସେ ରକ୍ଷା କରେ ସୁରକ୍ଷା ।।


        


Rate this content
Log in

Similar oriya poem from Abstract