ଫୁଲେଇ ଫଗୁଣ
ଫୁଲେଇ ଫଗୁଣ
1 min
155
ରଙ୍ଗୀନ ଫୁଲରେ ଗଭାକୁ ସଜାଇ
ହୋଲିର ରଙ୍ଗରେ ଓଢ଼ଣୀ ଭିଜାଇ
ଆମ୍ବ ବଉଳର ବାସ ମହକାଇ
ଫୁଲେଇ ଫଗୁଣ ଆସେ ନଇଁ ନଇଁ
ମଳୟ ପବନେ ପ୍ରେମର ପୁଲକ
ଭାସ୍କର କିରଣେ ଆଶାର ଆଲୋକ
ବନେ ଉପବନେ ଗାଉଅଛି ପିକ
ଆସିଛି ଫଗୁଣ ମନ ହୁଏ ପ୍ରୀତ
ହସୁଛି ଫଗୁଣ ଅବିର ମେଳରେ
ଜୀବନ ଯୌବନ ପୀରତି ସମ୍ଭାରେ
ନିଝୁମ୍ ରାତିର ନୀରବ ପ୍ରହରେ
ମନ ପକ୍ଷୀ ଉଡେ ସ୍ୱପ୍ନ ରାଇଜରେ
ଫଗୁଣ ପରଶେ ସ୍ମୃତି ପ୍ରଜାପତି
ମାନେନା' ଆକଟ ବୁଲେ ଦିବାନିଶି
ଖୋଜୁଥାଏ ସଦା ଭାବର ବନ୍ଧନ
ପ୍ରେମ ପାରିଜାତ ପ୍ରୀତି ସମ୍ମୋହନ