ପଙ୍ଗୁ ଲଂଘୟତେ ଗିରି
ପଙ୍ଗୁ ଲଂଘୟତେ ଗିରି
ଅଳ୍ପରେ ହେବା ସନ୍ତୁଷ୍ଟ
ବେଦ ବେଦାଙ୍ଗ ବେଦାନ୍ତରେ ଲିଖିତ ସ୍ପଷ୍ଟ
ଜ୍ଞାନି ବି ବ୍ୟସ୍ତ
ଅଜ୍ଞାନ ବି ଅଭ୍ୟସ୍ତ
ଜାଣିଛନ୍ତି ଶୁଣିଛନ୍ତି ପଢିଛନ୍ତି
ସବୁ ସାରଗର୍ଭକ ଜୀବନାଦର୍ଶ କ୍ଲ୍କିଷ୍ଟ
ମାତ୍ର ଏଠି ସମସ୍ତେ ଅସହିଷ୍ଣୁ ଅସନ୍ତୁଷ୍ଟ !
କାରଣ ଅସରନ୍ତି ଅନେକ
ବ୍ୟକ୍ତି ବିଶେଷରେ ପୁଣି ତତୋ8ଧିକ
କିଛି ନକାରାତ୍ମକ ଅଭ୍ୟାସ
ଅନ୍ୟ କିଛି ଉଦ୍ଦେଶ୍ୟ ପ୍ରଣୋଦିତ କୁଭ୍ୟାସ
ଯେମିତି
ଗରିବ ସ୍ୱପ୍ନରେ ଦେଖେ ରାଜନ କୁବେର
ନିଦ ଭାଙ୍ଗିଲା ବେଳକୁ ସବୁ
କୁହେଳିକା ଧୂମମୟ ସଂସାର
ସେହି ଭନ୍ଦିରା ଆବାସ ଦିଆସିଲି ଘର
ତେଲ , ତଣ୍ଡଳ ଓ ଲୁଣ ପାଇଁ ନିତି
ଝାଳ ବୁହେଇ ବି ପୁରୁନି ଚାଖଣ୍ଡେ ଉଦର
ବାଧୁଛି ଅନେକ
କଷ୍ଟ ହେବ ହିଁ ହେବ ଶତାଧିକ ।
ଧନାଢ୍ଯ ବ୍ୟକ୍ତି ଅର୍ଥ ମାୟାରେ ବାୟା
ଧନରତ୍ନ ଅଖଳ ମାଖଳ ଛାୟା
କୋଠାବାଡି ଆକାଶକୁ ଲଗେଇ ହିଆ ହୋଇଛନ୍ତି ଠିଆ
ଆଇନା ଆଗରେ ଯେତେ ପ୍ରସାଧନ
ରାସାୟନିକ ଦ୍ରବ୍ୟ ଲେପନ
କଲେ ବି କଳା ମୁଗୁନି ପଥୁରିଆ ଦେହ
ସୁନ୍ଦର ଦିଶୁନି ବଡ଼ ଚିନ୍ତାର ବିଷୟ
ନାରୀ ହୃଦୟ କରି ପାରୁନି ବିଜୟ
ବିନ୍ଧୁଛି ଅନେକ
କଷ୍ଟ ହେବ ହିଁ ହେବ ଲକ୍ଷାଧିକ ।
ଅବିବାହିତ ଭାବୁଛି ମନେ ଗୋପନେ
ରୂପବତୀ କନ୍ୟା ବାହା ହେବାକୁ
ବିବାହିତ ସଂଘର୍ଷମୟ ଜଞ୍ଜାଳମୟ
ପାରିବାରିକ ଜୀବନରେ ସମସ୍ୟା ବଳୟ
ଫସି ଯାଇଛି ବାହାରି ପାରୁନି
ନିତି ଚାହୁଁଛି ମରିବାକୁ ତରି ଯିବାକୁ
ଛାଡି ଯିବାକୁ ଏ ସବୁ ମୋହବଳୟ
କାଟୁଛି ଅନେକ
କଷ୍ଟ ହେବ ହିଁ ହେବ ଅୟୁତାଧିକ ।
ଏଠି ସମସ୍ତେ ରୋଗୀ ଦୁଃଖି
ବୋହି ବୋହି ଦୁଃଖ କଷ୍ଟର ବୋଝ
ଅନ୍ୟ ସହିତ ତୁଳନା କରି କରି
ସମସ୍ୟା ସହିତ ଯୁଦ୍ଧ ନ କରି
ସମସ୍ୟା ଚେର କୁ ନ ତାଡି ପାରି
ଅନ୍ୟ ଶିଙ୍ଗରେ ଖୁରାରେ ଉଖାରି ବିଦାରି
କହିଥିବା ମାର୍ଗରେ ଅନ୍ଧ ଅନୁସରି
ଲକ୍ଷ୍ୟସ୍ଥଳ ହିଁ ଅନ୍ଧାର ଧୂମାଳ
ତାତୁଛି ଅନେକ
କଷ୍ଟ ହେବ ହିଁ ହେବ ଖର୍ବାଧିକ ।
ହେ ଅସନ୍ତୁଷ୍ଟ ମାନବ
ହେ ଅସହିଷ୍ଣୁ ମଣିଷ
ଛାଡି ଦେ ଅନ୍ୟ ସହିତ ତୁଳନା କରି
ନିଜ ଭିତରେ ଶୋଇଥିବା
ମହାବଳି ଆତ୍ମବିଶ୍ୱାସକୁ
ଅନ୍ତ8ର୍ନିହିତ କଳା କୌଶଳଙ୍କୁ
କସ୍ତୁରୀ ଗୁଣ ସୌରଭ କୁ
ଜଣେଇ ମନେଇ ଦେଖ
ଜଗେଇ ଉସୁକେଇ ଦେଖ
ଦେଖିବୁ ଅବିଶ୍ୱସନୀୟ ଆବିଷ୍କାର
ପଙ୍ଗୁ ଲଙ୍ଘୟତେ ଅଲଂଘ୍ଯ ଗିରି ।