ପ୍ରେମର ମୋତି ହାର
ପ୍ରେମର ମୋତି ହାର
ପତର ଭିତରେ ସାର ଲୋ
ପାନ ପତର,
ପ୍ରେମର ମୋତି ହାର ଲୋ
ଲଭ ଲେଟର l
କହୁଛି ପ୍ରେମର ବାରତା
ଶୁଣୁଥା ଗୋରୀ,
ଭୁଲିଯିବୁନି ତୁ ଗୋରୀ
କଥା ମୋହରି l
ପ୍ରେମରେ ପଡ଼ିଛୁ ଗୋରୀ ତୁ
ପ୍ରଥମ ଥର
ନବ ଯଉବନକୁ ତୋର
ନୂଆଁ ଚାହାଣୀ,
ଲେଖିବୁ ବସି ତୁ ଗୋରୀ
ପ୍ରେମ କାହାଣୀ l
କହିବାକୁ ଲାଜେଇ ଯାଏ
ଅଧର ମୋର
ମଥାରେ ସିନ୍ଦୁରକୁ ଯେବେ
ନାଇବୁ ଗୋରୀ,
ନାଲି ଓଢଣାରେ ସୁନ୍ଦର
ଦିଶିବୁ ଭାରୀ l
ହାତେ ହାତ ଗଣ୍ଠି ପଡିଲେ
ମୁଁ ହେବି ତୋର