Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswa bandita Patra

Abstract Others

3  

Biswa bandita Patra

Abstract Others

ପରମବ୍ରହ୍ମ ଗୁରୁ

ପରମବ୍ରହ୍ମ ଗୁରୁ

1 min
147


ଗୁରୁ କେବଳ ମୋ ଶିକ୍ଷାଦାତା ନୁହନ୍ତି 


ସେ ହେଲେ ପ୍ରାଣ ପ୍ରତିଷ୍ଠାତା ମୋର,


ସିଏ ମୋ ପାଇକି ବ୍ରହ୍ମଙ୍କ ସ୍ୱରୂପ 


ପୁଣି ସେ ସାଜନ୍ତି ମୋ ପାଇଁ ଜ୍ଞାନର ଭଣ୍ଡାର ।


ଅଗ୍ୟାନ ତିମିରୁ ଦୁରେଇ ଦେଇକି


ଦିଏ ଯିଏ ଜ୍ଞାନାଲୋକ,


ପଥ ପଦର୍ଶକ ସାଜି ପ୍ରଜ୍ଜ୍ୱୋଳନକରେ


ଯିଏ ମୋ ଭବିଷ୍ୟ ପ୍ରଦୀପ ।



ସିଏ ହି ତ ଗୁରୁ ,


ଯିଏ ଦୂରେଇ ଦେଇକି ଅଜ୍ଞାନର ବିଷ 


ଦିଅନ୍ତି ମୋତେ ଜ୍ଞାନର ପୀୟୂଷ ।



ପିତା ମାତା ଜନ୍ମ ଦିଅନ୍ତି 


ଆଉ ଘାତକ ନିଏ ପ୍ରାଣ ,


ହେଲେ ଶିକ୍ଷାର୍ଥୀଙ୍କ ପାଇଁ ଗୁରୁଙ୍କର ଶିକ୍ଷା 


ରହେ ସଦା ଚିରନ୍ତନ ।



ଦୀପଟିଏ ପରି ଜଳି ଜଳି ଯିଏ


ଆଲୋକ ପ୍ରଦାନ କରେ ,


ତାଙ୍କ ତୁଲ କିଏ ହେଇ କି ପାରିବ 


ଏଇ ସାରା ଜଗତରେ ?



ଆଜିର ଏହି ସୁଭ ଅବସରେ 


ଦୁନିଆର ସବୁ ଗୁରୁମା ଗୁରୁଜୀଙ୍କୁ 


ମଥାପାତି ପ୍ରଣାମ କରି ଏତିକି କହିବି ଯେ,


 ଦିଅ ଶୁଭବୁଦ୍ଧି , ଦିଅ ଦିବ୍ୟ ଗ୍ୟାନ 


ଯା ଲାଗି ଲଭିବୁ ଆମେ ଏ ଜଗତେ ସମ୍ମାନ ।


Rate this content
Log in

Similar oriya poem from Abstract