ରଙ୍ଗ ଭରା ଋତୁ
ରଙ୍ଗ ଭରା ଋତୁ
ବସନ୍ତର ଉପବନ
ଫୁଲ ଭରା ଯଉବନ
ଚୂମିଯାରେ ଘୁମିଘୂମି ମଧୁ,
କଳି ପାଶେ କରିଅଳି
ପଞ୍ଚମ ରାଗିଣୀ ତୋଳି
ପ୍ରଣୟ ନିଶାରେ କୂଳ ବଧୂ।
ଫଗୁଣର ଆକାଶରେ
ମଳୟର ପରସରେ
ମତୁଆଲା ପରଭୃତ ପ୍ରେମୀ,
ପଳାଶ ଚେହେରା ଘେନ
ବଉଳ ପାଟ ବସନ
ଦୃବାଦଳ ଶଯ୍ୟା ସୁଖ ରମି।
କୋକିଳ ଡାକଇ ସାଥୀ
ପଞ୍ଚମ ତାନରେ ମାତି
ଚରମ ପରମ ସୁଖ ରତି ,
ଭ୍ରମରବର ପୀରତି
ଧାଇଁ ଆସି ଛୁଏଁ ମତି
ଅନାଦର ନୁହେଁ ପୁଷ୍ପବତୀ ।
କେତକୀ ଗୋଲାପ ଖେଦ
କିମ୍ପାଇଁ ବିହିଙ୍କ ଭେଦ
ପାଙ୍କୋଜିନି ରତି ସୁଖ ଦେଖି,
ତପସ୍ଵିନୀ ଚମ୍ପା କଢି
ମହାଦେବ ଦେହେ ଚଢ଼ି
କନ୍ଦର୍ପର କବିତା ନିରେଖି।
ଦେଖ ଅଶୋକ ମୟୁଖ
ଭରା ଯୌବନ ଉନ୍ମୁଖ
ସତ ଦଳ ଭ୍ରମରଙ୍କ ସୁଖ
ନାଗେଶ୍ଵର ପରାଗ ସଙ୍ଗମ,
ଉନ୍ମୁକ୍ତତା ବାସର ରାତ୍ରୀ
ପ୍ରେମିକା ପଥର ଯାତ୍ରୀ
କାମନାରେ ନାହିଁତା ସରମ।
ରାଗ ରାଗିଣୀ ବଳୟ
ପୁଷ୍ପ ଗନ୍ଧ ମନ୍ଦ ମଳୟ
ଚାରୁ ଶୋଭା ମୟ ମଧୁ ମାସ,
କାଳଏ କଳା କୌଶଳ
ପରାଗ ସଂଗହ ବେଳ
ପ୍ରକୃତି ରଙ୍ଗ ମାଧୂର୍ଯ୍ୟ ରାଶ।