ସାଥି
ସାଥି
ହେ ବ୍ରହ୍ମାଣ୍ଡ ପତି ମୋ ଜୀବନ ସାଥି
ମୋ ଶୂନ୍ୟ ହୃଦୟ ପତି.
ଏ ଜୀବନ ରଥ ଖୋଜେ ତଵ ପଥ
ସାଥି ବିନା ନାହିଁ ଗତି.
ତୁମେ, ଏ ଜୀବନ ରଥ ସାରଥୀ. l0l
ଅନୁଭବେ ମୁହିଁ ସାଥି ରୂପେ ପାଇ
କରେ ଦୁଃଖ ସୁଖ ସାଥି.
ଜୀବନର ଗତି ପରକାଳ ସାଥି
ତୁମେ ବସନ୍ତର ପ୍ରୀତି.
ବିପଦେ ଆପଦେ ତୁମେ ସାଥି ମୋର
ତୁମେ ମରଣର ସାଥି. l1l
କ୍ଷଣିକ ପଥର କ୍ଷଣିକ ସାଥି ତ
ହୁଅନ୍ତି ସ୍ୱାର୍ଥ ସାରଥୀ.
ସ୍ୱାର୍ଥ ସରିଗଲେ ଜୀବନର ଶତ୍ରୁ
ଆପେ ଆପେ ହୋଇଥାନ୍ତି.
ବିନା ସ୍ଵାର୍ଥେ ପ୍ରଭୁ ତୁମେ ହୋଇ ସାଥି
ଦର୍ଶାଅ ପଥ ମୁକତି. l2l