Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Patanaik

Romance

3  

Sasmita Patanaik

Romance

ସେଇ ଅଧୁରା ପ୍ରେମ

ସେଇ ଅଧୁରା ପ୍ରେମ

1 min
309


ଚାନ୍ଦ ଆଜି ଖୁବ ନିର୍ମଳ ଥିଲା,

ତା ଚମକ ଯେମିତି ମୋ ଖୁସିକୁ ଜଣାଉ ଥିଲା ।


ସ୍ମୃତିର କୋଉ କୋଣରେ ଯୌବନର ଦିନ ଭାସି ଉଠୁଥିଲା,

ନୂଆ ସମ୍ପର୍କର ମିଠା ମିଠା ଅନୁଭୂତି ସବୁ ମନେ ପଡୁଥିଲା ।


ତାର ମନଲୋଭା ଚେହେରା ଆଉ ଗାମ୍ଭିର୍ଯ୍ୟତା, 

ସବୁଠୁ ଅଲଗା ସବୁଠୁ ଉପରେ ଲାଗୁଥିଲା ।


ସମସ୍ତଙ୍କ ଭଳି ମୋ ମନରେ ବି ଆବେଗ ଭରିଥିଲା,

ଅଜଣା ଏକ ଅନୁଭୁତିର ଆଭାସ ମିଳୁଥିଲା ।


ସିଏ ବୁଝି ନଉ ମୋ ମନ କଥା ହୃଦୟ କହୁଥିଲା,

ତାରି ସପନରେ କେତେ ରାତି ଅନିଦ୍ରା ଯାଉଥିଲା ।


ଦିନ ପରେ ଦିନ ମାସ ପରେ ମାସ ବିତି ଯାଇଥିଲା,

ମିଠା ଅନୁଭୂତି ଖାଲି ମନ ଭିତରେ ରହି ଯାଇଥିଲା ।


ଆଜି ଆକାଶ ମୋତେ ଚାହିଁ କହୁଥିଲା,

କାହା ଆଗମନକୁ ତୋର ଅପେକ୍ଷା ରହିଲା ।


କଣ କହିଥାନ୍ତି ଯେ ଆଜି ବି ତା ଆସିବା ବାଟକୁ ଚାହିଁ ରହିଥିଲା,

ସେଇ ଅଧୁରା ପ୍ରେମ ମୋତେ ଆଜି ସ୍ପର୍ଶ କରୁଥିଲା ।


ଚାନ୍ଦ ଆଜି ଶୀତଳ ଉଲ୍ଲାସ ଦେଉଥିଲା,

ହେଲେ ହୃଦୟର ନିଆଁ ହୁତୁ ହୁତୁ ଜଳୁଥିଲା,

ଆଉ ମୋ ମନ ମୋ ପ୍ରେମୀକୁ ହିଁ ଝୁରୁ ଥିଲା,

ପୁଣି ଆଜି ପ୍ରେମର ଅଧୁରା କାହାଣୀର ଝଲକ ଦିଶୁଥିଲା ।



Rate this content
Log in

Similar oriya poem from Romance