Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Patanaik

Fantasy Others

3  

Sasmita Patanaik

Fantasy Others

ନାରୀ

ନାରୀ

1 min
295


ମୁକ୍ତ ଆକାଶର ବିହଙ୍ଗର ଆଶା

କିନ୍ତୁ ପାଦ ଥମିଚି ସମତଳରେ ।


ମନଖୋଲା ହସର ଆଶା

କିନ୍ତୁ ସଭ୍ୟତାର ଚାପ ତଳେ ।


ସମୟର ତାଳେ ତାଳେ ଚାଲିବାକୁ ଆଶା

କିନ୍ତୁ ସମାଜର କଟାକ୍ଷର ତଳେ ।


କଳିରୁ ପ୍ରଶପୁଟିତ ହେବାକୁ ଆଶା

କିନ୍ତୁ ବଳି ପଡୁଛି ମିଛ ସଂସ୍କାରର ନା' ରେ ।


ସବୁଠୁ ଆଗରେ ରହିବାକୁ ଆଶା

କିନ୍ତୁ ଅବହେଳିତ ଆଜି ଜନ ସମାଲୋଚନାରେ ।


ନିଜର ପରିଚୟ ବନାଇବାକୁ

ଅନର୍ଗଳ ପ୍ରୟାସରେ

କେତେ କଣ୍ଟକିତ ପଥ ଅତିକ୍ରମ କରୁଛି

ଅନାୟାସରେ ।


କାହିଁକି ସବୁବେଳେ ସତୀ

ହେବାର ପରୀକ୍ଷାରେ

ନାରୀ ହିଁ ନିଜର ଅସ୍ତିତ୍ବ

ହଜେଇ ଚାଲିଥିବ ଅଜାଣତରେ ।


ଅବଳାରୁ ସଵଳା ହେଇଚି ଆଜିର ନାରୀ,

ଚୁଲି ମୁଣ୍ଡରୁ ଆକାଶଚାରୀ ଯାଏଂ

ସବୁଠି ଯାଇଛି ବିସ୍ତାରି !


ଅପେକ୍ଷା ନାହିଁ ଦୁର୍ବଳତାକୁ ଉପେକ୍ଷା କରିଛି

ଆଜିର ନାରୀ,

ଖୋଲା ହସ ହସୁଛି,

ମୁକ୍ତ ଆକାଶର ବିହଙ୍ଗ ସାଜିଛି,

ସମସ୍ତଙ୍କ ତାଳରେ ତାଳ ଦେଇ

ଚାଲିବା ଶିଖି ଯାଇଛି ଆଜିର ନାରୀ ।


ସମସ୍ତଙ୍କୁ ସାଙ୍ଗରେ ନେଇ

ନିଜର ସତ୍ତା ନିଜେ ରଖି

ଭେଦଭାବଠୁ ଦୂରରେ ରହି

ସମାନତାର ଆହ୍ୱାନ ଦେଇ

ସମାଜର ଏକ ଅଭିନ୍ନ ଅଙ୍ଗ ହେଇ

କେବେ ଭଉଣୀ ତ କେବେ ମା ସାଜି

କେବେ ଝିଅ ତା କେବେ ରକ୍ଷକ ସାଜି

ପାଦ ଆଗକୁ ବଢ଼େଇ ଚାଲିଚି

ଆଜିର ନାରୀ ।


Rate this content
Log in

Similar oriya poem from Fantasy