Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Pradhan

Romance

4.3  

Kalpana Pradhan

Romance

ସେଇ ବର୍ଷା

ସେଇ ବର୍ଷା

1 min
309


ଆକାଶୁ ଝରେ ଆଜି ଝିପି ଝିପି ବରଷା

  ନିର୍ବାପିତ କରି ଧରଣୀ ରାଣୀର ତୃଷ୍ଣା ll


ନିର୍ମଳ ଶୋଭାରାଜି ଦେଖି ମନ ହରସ

   କୃଷକ ଭାଇ ମନ ହରସେ ଆରମ୍ଭେ ଚାଷ ll


ଉପଭୋଗ କରି ବରଷାର ପହିଲି ପରଶ

   ଚକ୍ଷୁ ଆଗେ ନାଚିଯାଏ ମୋ ପ୍ରିୟାର ହସ ll


ବରଷାରେ ଭିଜି ଭିଜି ଆସିଥିଲା ପାଶେ

   ଛୋଟ ଛୋଟ ଜଳବିନ୍ଦୁ ଓଠେ ତା ହସେ l


ସଜ ସିନା ହଜି ଥିଲା ବରଷା ଧାରେ

  ଲାଜ ତାର ଝଲସେ ନୟନର କଜ୍ଵଳ ଧାରେ ll


ସଦନ ଲେଉଟା ବେଳ ଛତା ତଳେ ଦୁହେଁ

  ମୃଦୁଳ କମ୍ପନ ସଞ୍ଚରେ ଆମରି ତ ଦେହେ ll


ସମ୍ମୁଖେ ପଡିଛି ପ୍ରିୟା ବହୁ ଦୂର ପଥ

  ଅପସରି ଯିବ କ୍ଲାନ୍ତି ଥାମିବ ଯଦି ମୋ ହାତ ll


ବରଷା ମଧୁର ସ୍ୱରେ ହାତରେ ହାତ ଛନ୍ଦି

  ସପନର ସୌଧ ତୋଳିଥିଲୁ ଦୁହେଁ ଆନନ୍ଦେ l


ଏହି ଦୃଶ୍ୟ ଆମ ନ ସହିଲା କାହା ନଜର

  ପ୍ରିୟାକୁ ଛଡାଇ ନେଲା ଜୀବନଟା ଲାଗେ ଅନ୍ଧାର ll


ଆଜିବି ସେ ସ୍ମୃତିକୁ ସାଇତିଛି ମୋ ହୃଦେ

  ପହିଲି ବରଷାରେ ଭିଜି ମନ ଝୁରେ କଥା ପଦେ ll



Rate this content
Log in

Similar oriya poem from Romance