Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Tragedy

4  

Kalpana Kumari Pradhan

Tragedy

କାହିଁକି...?

କାହିଁକି...?

1 min
13


ପଥ ଧାରେ ଏକ ଅବହେଳିତ

ଶୈଶବ କୁ ଦେଖି

ଚଳ ଚଞ୍ଚଳ ସମୟର

ଗତି ଥମି ଗଲା ପରି

ଅନୁଭବ ହେଲା

ନାହିଁ ବେଶ ନାହିଁ ବାସ

ତୃଷ୍ଣା କ୍ଷୁଧା ରେ ପୀଡିତ

ଅବସ ଦେହ ଟା

ଟିକିଏ ବିଶ୍ରାମ ଲୋଡ଼ିଥିଲା

ଭଙ୍ଗା କାନ୍ଥ ଧାରେ

କାହା ପାଇଁ ତୁଳିତଳ୍ପ ଶଯ୍ୟା

ପୁଣି କିଏ ଧରିତ୍ରୀ ବକ୍ଷରେ

ଲୋଟି ଖୋଜି ଥାଏ ନିଦ

ଗୋଟିଏ ଓଳି ପାଏନାହିଁ

ଆହାର ପୁଣି କିଏ

ଉପଭୋଗ କରେ

ଅର୍ଣ୍ଣ ର ଭଣ୍ଡାର

ନାହିଁ ପିତା ମାତାର ପରିଚୟ

ଦୁନିଆ ଦୃଷ୍ଟିରେ ଯିଏ

'ଅନାଥ ' ବୋଲି ପରିଚିତ

କାହିଁକି ନାଥ....?

ତୁମ ସୃଷ୍ଟି ରେ ଏତେ ତାରତମ୍ୟ

ମନ କରୁଛି ବାର ବାର ପ୍ରଶ୍ନ

ଏହା ତା ଭାଗ୍ୟ ନା ବିଧିର ବିଧାନ

ସର୍ବ ନିୟନ୍ତା ତ ନାଥ ତୁମେ

ତେବେ କାହିଁକି.....?


Rate this content
Log in

Similar oriya poem from Tragedy