Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Fantasy

4  

Kalpana Kumari Pradhan

Fantasy

ରଙ୍ଗ ର ପରବ

ରଙ୍ଗ ର ପରବ

1 min
7


ଧରା ବକ୍ଷେ ବସନ୍ତ ରାଜୁତି

   ମଳୟ ବହେ ସଧିରେ

ଆମ୍ବ ମହୁଲର ଭିଜା ବାସ୍ନା

   କୋକିଳ ମଧୁର ସୁରେ l


ଫଗୁଣ ଆଣିଛି ରଙ୍ଗ ଅବିର

   ଦୋଳ ପରବ ତିଥିରେ

ରାଇ ଦାମୋଦର ବିମାନେ ସୁନ୍ଦର

     ଭ୍ରମନ୍ତି ଗାଁ ଦାଣ୍ଡରେ l

ଆନନ୍ଦ ନାଚଇ ଭକତ ଅନ୍ତର

    ଘଣ୍ଟ ବାଦ୍ୟ ନାଦରେ

ଗଗନ ମଣ୍ଡଳେ ସକଳ ଦେବତା

   ପୁଷ୍ପ ବରଷାନ୍ତି କରେ l


ଦୋଳପୂର୍ଣ୍ଣିମା ରେ ହୋଲି ରଙ୍ଗରେ

   ଭିଜନ୍ତି ସଭିଏଁ ପ୍ରେମରେ

ଜୀବନ, ସାତ ରଙ୍ଗେ ରଂଗାୟିତ

    ସ୍ନେହ ଶ୍ରଦ୍ଧା ଅବିରେ l

 ଧରଣୀ ରାଣୀ ସତେ ରଙ୍ଗୀନ

   ଶାଢ଼ୀ ପରିଧାନ କରେ

ଆନନ୍ଦ ଉଲ୍ଲାସେ ଶାନ୍ତି ମୈତ୍ରୀର

    ବାରତା ପ୍ରଚାର କରେ l।



Rate this content
Log in

Similar oriya poem from Fantasy