ଶୀତୁଆ ସକାଳ
ଶୀତୁଆ ସକାଳ
ଶୀତୁଆ ସକାଳେ ଶୋଇ ରହିଥାଏ
ତୁମ କଥା ନୀତି ଭାବି,
ସକାଳ ହୋଇ ମୁଣ୍ଡ ଉପରକୁ
ଆସି ସାରିଲେନି ରବି ।
ରବି କିରଣରେ ପ୍ରଜ୍ଜୋଲିତ ହୁଏ
ତମ ଏ ଶରୀର ତନୁ,
କମ୍ବଳ ହଟାଇ ଦେଖିଦେଲେ ଥରେ
ଭୂଲିପାରେ ନାହିଁ ମୋନୁ ।
ଶୀତୁଆ ସକାଳେ ପାହାନ୍ତି ସ୍ୱପରେ
ଆସ ଚା କପେ ଧରି,
ଶେଯରୁ ଉଠାଇ ମସ୍ତକକୁ ଚୁମ୍ବି
ଆଲିଙ୍ଗନ ଦିଅକରି ।
ଚା କପରୁ ଢ଼କି ପିଉଥାଏ
ତମ ପୀୟୂଷ ରସକୁ,
ପ୍ରେମରସ ସବୁ ଶୋଷି ନେଇଥା ଏ
ଶରୀରରୁ ହୃଦୟକୁ ।
ଶୀତୁଆ ସକାଳେ ତୁମରି ସ୍ପର୍ଶରେ
ଖେଳେ ଅଦ୍ଭୁତ ଶ୍ରୀହରଣ,
ଲାଗୁଛି ଯେମିତି ଅଲୌକିକ ଶକ୍ତି
ଦେଉଅଛି ଆମନ୍ତ୍ରଣ ।
ଆୟର୍ତ୍ତ ବାହାରେ ଏ ମୋର ମନ
ତୁମ ଆଡେ ଖାଲି ଚାହେଁ,
ନିଦ୍ରିତ ମୋର ଏ ଶରୀର ଭିରରେ
ଉତ୍ତେଜନା ସୃଷ୍ଟି କରେ ।