Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ଶ୍ରୀ ମନ୍ଦିର ଗର୍ବ ଓ ଗୌରବ

ଶ୍ରୀ ମନ୍ଦିର ଗର୍ବ ଓ ଗୌରବ

1 min
120


ଶ୍ରୀ ମନ୍ଦିର

ଗର୍ବ ଓ ଗୌରବ କୋଟି ଓଡ଼ିଆ ର

ଶ୍ରୀ ମନ୍ଦିର ଗର୍ବ ଓ ଗୌରବ କୋଟି ଓଡ଼ିଆ ର

ଜାତୀୟ ଚେତନା ଯୋଗାଏ ହୃଦୟେ ଜନ ତାର ।

ଯହିଁ ବିଜେ ଜଗନ୍ନାଥ ସୁଭଦ୍ରା ଓ ବଳଭଦ୍ର

ସୁଦର୍ଶନ ସାଥେ ଚତୁର୍ଦ୍ଧା ମୂର୍ତ୍ତି ଯେ ପ୍ରକାର ।

ଶ୍ରୀ ନୀଳ କନ୍ଦରେ ମନ୍ଦିର ରେ ବିଜେ କରି ହରି

ଲୀଳା ମୟ ନାଥ ଜଗନ୍ନାଥ ଲୀଳା ଖେଳା କରି ।

କେ ଅନାଦି କାଳୁ ପୂଜା ପାଇ ଆସୁଛନ୍ତି ଚିର

ଭକତ ବନ୍ଦିତ ସେହି ଜାଣ ଜଗତ ଈଶ୍ୱର ।

ତାଙ୍କ ସେବା ପୂଜା ପାଇଁ ସର୍ବେ ଥାନ୍ତି ତତ ପର

ଶ୍ରୀ କ୍ଷେତ୍ର ବିହାରୀ ସେହି ଗର୍ବ ଓଡ଼ିଆ ଜାତି ର ।

ଜାତି , ଧର୍ମ, ବର୍ଣ୍ଣ , ନିର୍ବିଶେଷ ସବୁ ଜନ ତାର

ଉପାସିତ ହୋଇଥାନ୍ତି ମହା ପ୍ରଭୁ ଭାବେ ଚିର ।

ସର୍ବ ଧର୍ମ ସମନ୍ଵୟ ପତିତ ପାବନ କାରୀ

ପତିତ ପାବନ ବାନା ଅଛନ୍ତି ସେହି ହିଁ ଧରି ।

ବୌଦ୍ଧ , ଜୈନ , ଶିଖ , ଖ୍ରୀଷ୍ଟ , ଶୈବ , ଶାକ୍ତ ଓ ବୈଷ୍ଣବ

ସମ୍ପ୍ରଦାୟ ମତବାଦର ସମନ୍ଵୟ ଗରବ ।

ଆମରି ଓଡିଶା ରାଇଜେ ଖ୍ୟାତ ସେହି ଭାରତେ

କୈବଲ୍ୟ ଦାୟକ ଭାବ ରେ ସେବା କରନ୍ତି ଭକ୍ତେ ।

ଭକତ ଜୀବନେ ଭାବ ରେ ବନ୍ଧା ସେ ଜଗନ୍ନାଥ

ବାର ମାସେ ତେର ପରବ ଉତ୍ସବ ଅନୁଷ୍ଠିତ ।

ହୋଇଥାଏ ତାଙ୍କ ସେବା ରେ ଭକ୍ତ ଜନ ଅଧୀର

ଆତ୍ମା ପରମାତ୍ମା ଅନୁଭବ ଅନୁଭୂତି ଭାର ।

ଅରପନ୍ତି ଭକତ ଙ୍କୁ ବସି ରହି ଶ୍ରୀ ମନ୍ଦିର

କଳି , ପାପ ତାପୁ କରନ୍ତି ଭକ୍ତ ଜନେ ଉଦ୍ଧାର ।

ଅବଢ଼ା , ନିର୍ମାଲ୍ୟ , ମହା ପ୍ରସାଦ ସାଦରେ ଭକ୍ତେ

ଏଇ ଶ୍ରୀ ମନ୍ଦିରୁ ପାଇ ଖାଇ ଥାଆନ୍ତି ସମସ୍ତେ ।

ଛପନ ପଉଟି ଭୋଗ ହୁଏ ଏଥେ ନିତି ରନ୍ଧନ

ଶ୍ରୀ ମନ୍ଦିର କରେ ଆମ ସଂସ୍କୃତି ଗୌରବ ଗାନ ।


Rate this content
Log in

Similar oriya poem from Abstract