ସହରୀ ସପନ
ସହରୀ ସପନ
ସହରୀ ସପନ କି ମନ ମୋହନ
ହରି ନିଏ ଜନ ମନ
ପ୍ରାଣରେ ତୋଳଇ ଅନିର୍ବଚନୀୟ
ପ୍ରେମ ପୁଲକ ପ୍ଲାବନ ।
ଆହା କି ଆହ୍ଲ।ଦମୟୀ ଲାଗେ ସିନା
ଉଲ୍ଲସିତ ଅନୁଭବ
ସହରୀ ସପନ ଅତିବାହିତ ରେ
ନ ରହେ କିଛି ଅଭାବ ।
ଉଠଇ ସବୁଠି ଉତ୍ସବର ପର୍ବ
ପର୍ବାଣୀ, ଲୀଳା ଓ ଜାତ
ମହୋଲ୍ଲାସମୟ ଆଲୋକ ମାଳା ରେ
ଦିଶେ ଝଲମଲ ସତ ।
ସଭିଏଁ ଦେଖନ୍ତି ସହରୀ ସପନ
ତୁଙ୍ଗ ପ୍ରସାଦ ଅଟ୍ଟାଳୀ
ଝଲ ମଲ ଦିଶେ ମନୋହର ହସେ
ଯହିଁ ପ୍ରକୃତି ସୁନ୍ଦରୀ ।
ଅଭାବ ତହିଁ ରେ ରହେ ଶୁଦ୍ଧ ବାୟୁ
ପ୍ରଦୂଷଣ ବଢ଼େ ତହିଁ
ଚମତ୍କାର ବେଶ ମନଲୋଭା ଦୃଶ୍ୟ
ଲୀଳା ନୃତ୍ୟ ଆକର୍ଷାଇ ।
ବିଜ୍ଞାନର ଦାନ ସହରୀ ସପନ
ପାଶ୍ଚାତ୍ୟ ରୀତି ନୀତିର
ନିୟମ ଆଦର୍ଶ ଆଧାରିତ ରସ
କଂକ୍ରିଟ ଓ କୋଠା ମାଳ ।
ଯାନ ବାହନର ରୋଳ ମୁଖରିତ
ସର୍ବଦା ଚଳ ଚଞ୍ଚଳ
ଜୀବନ ଆନନ୍ଦ କରିଦିଏ ଲୋପ
ରାଶି ରାଶି ସ୍ବପ୍ନ ଭାର ।
ଭରା ଜୀବନ ରେ କରୁଣ ପୁରବୀ
ସଙ୍ଗୀତ ସଦା ଝଙ୍କାର
ଭାସି ଆସେ ଦୂରୁ ପ୍ରକୃତିର ଚାରୁ
କମନୀୟ ଚମତ୍କାର ।
ବେଶ ବାସ ଭାବ ସକଳ ଅଭାବ
ଥାଏ ଦିଶଇ ଭୀଷଣ
ଭୟ ଭ୍ରାନ୍ତି ଭ୍ରମ ଆଶଙ୍କା ଜଡିତ
ଅସଂଖ୍ୟ ଚିନ୍ତା ସପନ ।
ଶୁଦ୍ଧ , ବାୟୁ , ଜଳ ଖାଦ୍ୟ ର ଅଭାବ
ଅସୀମିତ ଅନଟନ
ନିତ୍ୟ ଉଦ୍ବେଳନ କରଇ ଉଚ୍ଛନ୍ନ
ସେନେହ ପ୍ରୀତିର ଶୂନ୍ୟ ।