Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଶ୍ରମିକ ଦିବସ ଅମୃତ କାଳର !

ଶ୍ରମିକ ଦିବସ ଅମୃତ କାଳର !

1 min
59



ନିର୍ମିତ କରୁଛି ଦେଶ ଆବଶ୍ୟକ

କରୁଛି ଦିବ୍ୟ ମନ୍ଦିର

ଶ୍ରମିକ ଶ୍ରମରେ ନୂଆ ନୂଆ ରୂପ

ପରିଚୟ ଶ୍ରମିକର।

ରହି ଛନ୍ତି କର୍ମେ ତାଙ୍କ

ନିଜ ଅନୁସାରେ କାର୍ଯ୍ୟ କରୁଛନ୍ତି

ଦିବସ ମର୍ତ୍ତ୍ୟେ ତାହାଙ୍କ !!


ମନୁଷ୍ୟ ଜନମ କର୍ମର ପାଇଁରେ

ମନୁଷ୍ୟ କର୍ମ କରନ୍ତି

ରାଷ୍ଟ୍ରର ହୀତରେ କରୁ ଥାନ୍ତି କର୍ମ

ନୂତନ କୀର୍ତ୍ତି ଆଣନ୍ତି।

ନୂଆ ରାଷ୍ଟ୍ରର ନିର୍ମାଣ

ହୋଇଣ ଶ୍ରମିକ କରୁ ଛନ୍ତି କାର୍ଯ୍ୟ     

ରାଷ୍ଟ୍ର ହୀତେ ଅନୁକ୍ଷଣ !!


ଶ୍ରମ କରୁଛନ୍ତି ନିଜ ନିଜ କ୍ଷେତ୍ରେ

ଶ୍ରମିକ ଜୀବିକା ଧରି

ତାଙ୍କରି ଦିବସ ପାଳିତ ରାଷ୍ଟ୍ରରେ

ଖୁସିରେ ଯାଇଛି ଭରି।

ଶୁଭକାମନା ଅପାର

ଶ୍ରମିକ ହୋଇଣ କାର୍ଯ୍ୟ ଦିବା ରାତ୍ର।                       

ପରା ଏ କର୍ମ ସଂସାର !!

କର୍ମ ହିଁ ଜୀବନ କର୍ମ ହିଁ ଆଧାର

ପରା କର୍ମଯୋଗୀ ସବୁ

କର୍ମ ଶକ୍ତି ବଳେ ତ୍ରିରଙ୍ଗା ଉଡୁଛି

କରୁଛି ଗର୍ବିତ ବହୁ।

ଅହରହ ଉଡୁ ଅଛି

ଚନ୍ଦ୍ରଲୋକେ ଉଡେ ରାଷ୍ଟ୍ରର ପତକା

କର୍ମର ବଳ ଦିଶୁଛି  !!


ଦେଖ ବନ୍ଧୁ ଦେଖ କୃଷକଙ୍କୁ ଦେଖ

ରୌଦ୍ର ଖରା ଟି ପଡୁଛି

ଗ୍ରୀଷ୍ମ ଋତୁରେ ଟି ନହୁଏ କାତର

ଚାଷ କାର୍ଯ୍ୟରେ ଲାଗିଛ                                      

ନୁହେଁ ଟି ସେହୁ କାତର

ଶ୍ରମିକ ହୋଇଣ ପେଟ ଭରୁ ଅଛି 

କାହିଁରେ ଚିନ୍ତା କାହାର !!


ମଙ୍ଗଳ କାମନା କରୁଛି ଭାରତ

ସ୍ବାସ୍ଥ୍ୟ ରୁହନ୍ତୁ ଶ୍ରମିକ

ଈଶ୍ୱର କୁରୁଣ ତାଙ୍କରେ ସର୍ବଦା

ଦିବସ ପରା କର୍ମୀଙ୍କ

ଉତ୍ସବ ଏ ପରା ବିଶ୍ବ

ଛୁଟି ଅଧିକାର ପାଇଛି କୃଷକ

ଆନନ୍ଦ ଉମଙ୍ଗ ହସ !!


ପରା ଅଧିକାର ଛୁଟି ଟି ତାଙ୍କର

ଦେଇ ଅଛି ସରକାର                      

କାର୍ଯ୍ୟେ ରହି ଦୂର କରିବ ବିଶ୍ରାମ

ପୂଜନେ ଯିବ ମନ୍ଦିର।

ତଥାପି ବିଶ୍ରାମ ନାହିଁ

କର୍ମ କରୁ ଅଛି ଦେଶର ନିର୍ମାଣେ

ଛୁଟିରେ ବିଶ୍ରାମ କାହିଁ !!




Rate this content
Log in

Similar oriya poem from Abstract