Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramachandra Bhutia

Abstract Romance Classics

3  

Ramachandra Bhutia

Abstract Romance Classics

ସିଦ୍ଧିଦାତ୍ରୀ

ସିଦ୍ଧିଦାତ୍ରୀ

1 min
296


କମଳ ଆସୀନା     କେଶରୀ ବାହାନ

      ମାତା ଅଷ୍ଟସିଦ୍ଧି ଦାତ୍ରୀ

ଅନ୍ତିମ ଦିବସେ     ନବମ ରୂପରେ

      ପୂଜାପାଅ ସିଦ୍ଧିଦାତ୍ରୀ ।


ଶଙ୍ଖ ଚକ୍ର ଗଦା     ଅବ୍ଜ ସୁଶୋଭିତା

      ତୁମ୍ଭ ଅନୁଗ୍ରହେ ଶିବ

ପାଇଥିଲେ ସିଦ୍ଧି     ଜାଣିଛି ଜଗତ

     ଅର୍ଦ୍ଧନାରୀଶ୍ୱର ମହାଦେବ ।


ନିର୍ବାଣ ଦାୟିନୀ     ନିର୍ଗୁଣ ସ୍ୱରୂପା

      ନିର୍ବାଣ ଚକ୍ରେକ ଧ୍ୟାନ

ନିର୍ବାଣ ନିମନ୍ତେ     ସାଧକ ପୂଜିଲେ

      ଅଚିରେ ଲଭେ ନିର୍ବାଣ ।


ଚଣ୍ଡମୁଣ୍ଡ ନାଶି     ଶୁମ୍ଭନିଶୁମ୍ଭ ବିନାଶି

      ମହୀ କରିଛ ଉଶ୍ୱାସ

ମହିଷା ନିପାତି     ଦୈତ୍ୟକୁଳ ଧ୍ଵଂସି

      କଲ ଦେବଙ୍କୁ ଅଶ୍ୱାସ ।


ଅଣିମା ମହିମା     ଲଘିମା ଗରିମା

      ପ୍ରାପ୍ତି ପ୍ରକାମ୍ୟ ଈଶିତ୍ଵ

ବଶିତ୍ଵ ଏ ଅଷ୍ଟ     ସିଦ୍ଧି ହୁଏ ପ୍ରାପ୍ତ

      ତୁମ୍ଭକୁ ପୂଜିଲେ ମାତ ।


ଦୁଃରହ ଦୁଷ୍କର     କାର୍ଯ୍ୟ ହୁଏ ପୂର୍ଣ୍ଣ

      ନଥାଏ ଆଉ ଅଗମ୍ୟ

ତୁମ୍ଭର ଭକତ     ଲଭଇ ଅଭୀଷ୍ଟ

      ନ ପାଏ ସେ ପୁନର୍ଜନ୍ମ ।


ତୁମ୍ଭ କୃପାମୃତ     କରେ ଯେହୁ ପାନ

      ଆନେ କିସ ପ୍ରୟୋଜନ

ସାଂସାରିକ ଇଚ୍ଛା     ସ୍ପୃହା ରୁ ଉର୍ଦ୍ଧ୍ବରେ

      କରେ ସେହୁ ବିଚରଣ ।


ଆହେ ଜଗଦ୍ଧାତ୍ରୀ     ସିଦ୍ଧିଦାତ୍ରୀ ରୂପେ

      ସର୍ବ ମନୋରଥ ପୂର୍ଣ୍ଣ କରି

ଜଗତ ମଧ୍ୟରେ     ହେଲ ତୁମ୍ଭେ ଖ୍ୟାତ

      ନାମ ହେଲା ସିଦ୍ଧେଶ୍ୱରୀ ।


ତୁମ୍ଭର ବିଭୂତି     ଦେବେ ଅଗୋଚର

      ନାହିଁ ଆଦି ନାହିଁ ଅନ୍ତ

ମହାମାୟୀ ତୁମ୍ଭ     ମାୟାରେ ମୋହିତ

      ହୁଏ ଏ ସାରା ଜଗତ ।


ଶକ୍ତି ପ୍ରଦାୟିଣୀ     ଆରତ ନାଶିନୀ

      ତୁମ୍ଭେ ମାତୃ ସ୍ୱରୂପିଣୀ

ଗରବ ଗଞ୍ଜିନୀ     ଦୁଷ୍ଟ ନିବାରଣୀ

      ତୁମ୍ଭେ ଶକ୍ତି ସ୍ୱରୂପିଣୀ ।



ତୁମ୍ଭ ଆଗେ ଛାର     ଦେବତା ଆବର

      ମୁଁ ଏକ ନର ପାମର

ପୁତ୍ର ପଣେ ତୁମ୍ଭ     ଶରଣ ପଶିଲି

      ମାର ଅବା ମୋତେ ତାର ।



ଆହେ ମହାଦେବୀ     ତୁମ୍ଭେ କ୍ଷମାମୟୀ

      ଜନନୀ ଧରିଲେ ଦୋଷ 

ଅଧମ ଅବୋଧ     ଶିଶୁ ଟି ର ଯଦି

      ହେବ ସିନା ଅପଯଶ ।



ସନ୍ତାନ ତୁମ୍ଭର     ନୁହଁ କି ମୁଁ ମାତା

      ହୋଇପାରେ ନୀଚକୁଳ

ଜନନୀ ହୋଇ ବି     କରୁଛ କି ତୁମ୍ଭେ

      ସନ୍ତାନେ ବାଛବିଚାର ।



କରୁଣାମୟୀ ମା     କରୁଣା କର ହେ

     ତୁମ୍ଭ ପଦେ ରହୁ ମନ

ଏ ଜୀବନ ଅନ୍ତେ     ମୋର ଏହି ଆତ୍ମା

     ତୁମ୍ଭ ପଦେ ହେଉ ଲୀନ ।


Rate this content
Log in

Similar oriya poem from Abstract