ସକଳ ତୀର୍ଥ ତୋ ଚରଣେ
ସକଳ ତୀର୍ଥ ତୋ ଚରଣେ
ମନ ପବିତ୍ର, ହୃଦୟ ସରଳ ଓ ପୂର୍ଣ ଥାଏ
ଯଦି ଅମୃତ ଧାରାରେ
ଚଳୁଥାଏ ମଣିଷର ଥିବା ପଞ୍ଚ ଇନ୍ଦ୍ରିୟ ଯଦି
ବିବେକ ଓ ସଞ୍ଜମରେ ।
ଯିଏ ଅନୁଭବ କରିଛି, ଦେବାରେ ଯେଉଁ ଆନନ୍ଦ,
ନେବାରେ ଅବା ଠକିବାରେ ନାହିଁ
ଘରେ ରନ୍ଧା ତିଅଣର ଯେଉଁ ମଜା ଅଛି, ମାଗି
ଆଣିବା ତିଅଣର ସେ ସୁଆଦ ନାହିଁ ।
ପ୍ରେମ ଏକ ପବିତ୍ର ଶକ୍ତି ଓ ଅସାଧାରଣ ତାର
ମହକର ସୃଷ୍ଟି ଦୃଦୟ ଆକର୍ଷଣରେ
ତାହା ଏକ ପବିତ୍ର ଅନୁଭୂତି, ଯାହା ତ ଜାଗ୍ରତ
ହୁଏ ହୃଦୟରେ, ବିନା ସ୍ପର୍ଶରେ ।
ପବିତ୍ର ପ୍ରେମ ଏକ ଧାତୁରେ ଗଢା, ଫଳତଃ ମଣିଷ
ଅନ୍ୟର ଉନ୍ନତ୍ତିରେ ହୁଏ ଆତ୍ମବିଭୋର
ଜଣକ ଖୁସିରେ ଅନ୍ୟ, ଖୁସିକୁ କରେ ଜାହିର, ଆତ୍ମା
କାନ୍ଦିଲେ, ଆରେକ ହୃଦୟ ହୁଏ ଅଧୀର ।
ଆମରି ଲାଳନ ପାଳନ ପାଇଁ ଦିଅନ୍ତି ରାତି ଦିନ,
ଆମରି ଦୁଃଖରେ ବଢେ ତାଂକ ହୃତସ୍ପନ୍ଦନ
ବାପା ମାଆ ଯାହା ପାଇଁ ଗଢ଼ା ହୋଇଛି ଆମ
ଜୀବନ, ସେମାନତ ଆମ ପାଇଁ ମହାନ୍ ।
ହଵିଷ ମୂରୁଜ ପଞ୍ଚୁକ, ପୂଣ୍ୟ କାର୍ତ୍ତିକେ ଧ୍ୟାନ, ନାହିଁ
ଯଦି ଏହି ଚିନ୍ତାଧାରା, ମଣିଷ ମନରେ
ପ୍ରକୃତ ଓଡିଆ ଦୃଢ଼ ଭାବେ କୁହେ, ସକଳ ତୀର୍ଥ ତୋ
ଚରଣେ, ବଦ୍ରିକା ଯିବି କି କାରଣେ କୁହରେ ।