Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Abstract

4  

Pravatirani Mohanty

Abstract

ସମ୍ପର୍କ

ସମ୍ପର୍କ

1 min
350



ସମ୍ପର୍କ ଗଢିଛେ ଦୁଇଦିନ ପାଇଁ

କେତେ ସାଙ୍ଗ ସାଥି ମେଳେ 

କେତେ ବେଳେ ରାତି ଯିବ ପାହିପାହି

ସମୟ ର ତାଳେ ତାଳେ 

ସମୟ ସମ୍ପର୍କ ଦୁଇଜଣ ପରା

ଗୋଟିଏ ସରଳ ରେଖା

ଯେଉଁଠି ସମୟ ସେଇଠି ସମ୍ପର୍କ

ଶ୍ରଦ୍ଧା ସେନେହର ସଖା 

କିଏ ବଡ଼ ଏଠି କିଏ ପୁଣି ସାନ 

ଭାବ ବନ୍ଧନକୁ ନେଇ

ସମ୍ପର୍କ ସୁଅରେ ସଭିଏଁ ସମାନ

ସେନେହ ଶରଧା ଦେଇ

ସୁନେଲି ମନରେ ସୁନେଲି ସପନ

ସୁନେଲି ସମ୍ପର୍କ ଭାଷା

ହୃଦୟ ରେ ଗଢେ ଛୋଟ ଏକ ଘର

ନାହିଁ ସେଠି ରାଗ ରୁଷା

ସମ୍ପର୍କ ଜୁଆର ଭସାଇକି ନିଏ

ସଭିଙ୍କୁ ଏକାଠି କରି

ଭଟା  ପଡିଗଲେ ମନ ମରିଯାଏ

ଏହିତ ସମ୍ପର୍କ ଡୋରି

ସମ୍ପର୍କ ଯେ ଏକ ଛୋଟ ବାଲିଘର

ମନବେଳା ଭୁୁମି ପରେ

ଧୋଇ ନେଇ ଯାଏ ଗୋଟିଏ ଲହଡି

ଟାଣ କଥା ପଦିଏରେ

ଭାବର ବନ୍ଧନ ଜାଣଇ କାଳିଆ

ସେ ସମ୍ପର୍କ ତୁଟେ ନାହିଁ

ଜନ୍ମ ଜନ୍ମାନ୍ତରେ ବନ୍ଧନ ତା ସାଥେ

ସିଏ ପରା ଭାବଗ୍ରାହୀ ।।


Rate this content
Log in

Similar oriya poem from Abstract