ସ୍ମୃତି
ସ୍ମୃତି
ସ୍ମତି ମୋର ହଜିଗଲା ପ୍ରେମର ପରଶ ପାଇ,
ସ୍ବପ୍ନର ଅଖୋଜା ଇଲାକାରେ ତୁମକୁ ମନ ଝୁରଇ |
ତୁମ ରୂପ ମନେ ଆସେ ସ୍ମୃତିର ତାଜମହଲ ହୋଇ,
ସ୍ବପ୍ନର ଅନନ୍ତ ପ୍ରହରରେ ପାହାନ୍ତିଆ ତାରା ହୋଇ |
ଥରେ ଆସ ଥରେ ଫେରେ ସାଗର ଲହରୀ ପରି,
ବାଲୁକା ଶେଯରେ ଗୋଲାପ ବୁଣେ ଆକାଶର ତାରା ପରି |
ମୋ ମନର ଚାରିପାଖରେ କିଲବିଲ୍ କରେ ସ୍ମୃତିର ସବୁଜ ଗାଲିଚା
ଅପୂର୍ବ ପୁଲକ ଦିଏ ଫେନ ନୀଳ ସାଗର ଜଳର ପହଞ୍ଚା ମଲ୍ଲୀକା |
ସ୍ମୃତି ! ତୁମେ ଆସ ମୋ ମନର ନୀରବ କୋଣରେ ,
ଚୁପ୍ ଚାପ୍ ବସିପଡ଼ ପାଷାଣୀ ଅହଲ୍ୟା ପରି ରକ୍ତାକ୍ତ ବାଣରେ |
ମନଭେଦି ଶର ତୁମ ଖୁବ୍ ଶକ୍ତ ଖୁବ୍ ଆକର୍ଷଣର,
ନଛୁଇଁ ବି ଭେଦିଯାଏ ଏପଟୁ ସେପଟ ଭେଦିଯାଏ ହୃଦୟ କନ୍ଦର ।
ଚୋରେଇ ନେଇଛ ନିଦ ରହିଛି ମୁଁ ବିନିଦ୍ର ରଜନୀ,
ଶୁଣି ନଶୁଣିଲା ପରି ଲାଗେ ଦିବସ ବା ଅନ୍ଧାର ରଜନୀ |
ଶୁଭେନି ସକାଳର କାଉର ରାବ ଅବା କୋଇଲିର ସ୍ବର,
ଆଖି ଦେଖେ, ମାତ୍ର ମନ ବୁଝେ ନାହିଁ ,ଭାଙ୍ଗେ ବାଲିଘର |
ସ୍ମତି ! ତୁମେ ରହ ସ୍ମୃତି ହୋଇ ମରିବାର ଶେଷ କ୍ଷଣଯାଏ,
ମନୁ ଭୁଲେ ନାହିଁ, ଛୋଟ କାହାଣୀ ହୋଇ ରହିଯାଅ ଶେଷଯାଏ
ସ୍ମୃତିଭରା ଜହ୍ନ, ସ୍ମୃତିଭରା ରାତି , ରହିଯାଅ ମୋର ଅଗଣାରେ
ଝୂରୁଥିବି ତମ ବାଟ ଚାହିଁ ସ୍ମୃତିର ପଲକ କୋଣରେ |