Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Biswal

Romance

4.3  

Santosh Biswal

Romance

ସ୍ମୃତିରେ ତୁମେ

ସ୍ମୃତିରେ ତୁମେ

1 min
391


ନିଃଶଦ୍ଦ ନିଶିଥ ଜହ୍ନ ରାତିରେ

      ବସି ବାତାୟନ ପାଶେ

କେତେ ଯେ ଅପେକ୍ଷା କରିଛି ତୁମକୁ

     ଯେବେ ବି ଭାବନା ଆସେ ॥


ନିଦାଘ ଆସିଛି ଆସିଛି ଫଗୁଣ

       ଆସିଛି ହେମନ୍ତ ଶୀତ 

ହେଲେ ଆସି ନାହଁ ମୋ ମନ ମାନସୀ

       ବିରହରେ ହୋଇ ଶିକ୍ତ ॥


ଶିଶିର ନିଶିରେ କେତେ ମୁଁ ଭିଜିଛି

       ସପନ ଭିତରେ ହଜି

 ଆଖିରେ ଅପେକ୍ଷା ମନରେ ପିପାଶା

      ପାଏନା ତୁମକୁ ଖୋଜି ॥  


ଚନ୍ଦ୍ରାୟିତ ରାତି କେତେ ଯେ କଟିଛି

       ତୁମକୁ ପ୍ରତୀକ୍ଷା କରି

ତୁମେ ଆସିନାହଁ ଅଳସ ପଦରେ

       ଆଖିରେ ମାଦକ ଭରି ॥


 ଆସିଥିଲା ଜହ୍ନ କାଲି ନିଶାର୍ଦ୍ଧରେ

       କହିଥିଲି ମନ କଥା

 ଭାବିଥିଲି ସିଏ କହିବ ତୁମକୁ

       ଅନ୍ତର ବେଦନା ବାର୍ତ୍ତା ॥  

 

 ଗବାକ୍ଷରେ ଦିଶେ ଶରତ ଚାନ୍ଦଟା

      ଖିଲି ଖିଲି ହୋଇ ହସେ

ସମ୍ମୋହିନୀ ତୁମ ରୂପର ଲାବଣ୍ୟ

      ତା ହସ ରେ ମୋତେ ଦିଶେ ॥


ମଳୟ ସାଥିରେ ବଉଳର ଗନ୍ଧ

       କୋଇଲିର କୁହୁ କୁହୁ

ରଙ୍ଗ ଗୋଲାପରେ ଦେଖୁଥିଲି ମୁହିଁ

      ତୁମ ଓଠେ ବୋଳା ମହୁ ॥


ମନ ଭ୍ରମରଟା ସ୍ମୃତିର ବାସ୍ନାରେ

       ହେଉଥିଲା ଆନମନା

ଅଙ୍ଗେ ଅଙ୍ଗେ ମୋର ଭରିଯାଉଥିଲା

       ତୁମ ସ୍ମୃତି ଉନ୍ମାଦନା ॥



Rate this content
Log in

Similar oriya poem from Romance