Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Tragedy

4.0  

Pranati Panda

Tragedy

ସ୍ନେହମୟୀ ମାତା

ସ୍ନେହମୟୀ ମାତା

1 min
230



ଭାଷା ନାହିଁ ଆଜି ଲେଖିବାକୁ ପଦେ

କୋହରେ ହୃଦୟ ଯାଏ ଚହଲି ,

ଜନନୀ ଥିଲ "ମା" ତୁମେ ଆମ ପାଇଁ

ଅଫେରା ରାଇଜେ ଗଲତ ଚାଲି ।


ମାତା ସ୍ନେହମୟୀ ସମ୍ପର୍କ ତୁଟେଇ

ଚିର ନିଦ୍ରାରେ ମା' ଗଲ ତ ଶୋଇ ,

ଚାଲିଗଲ ମା'ଗୋ ପର କରିଦେଇ

ତୁମ ବିନା ଗୃହ ଶୂନ୍ୟ ଲାଗଇ ।


ପଛେ ଛାଡ଼ିଗଲ ସୁନାର ସଂସାର

ଲିଭିଗଲା ହସ ସବୁ ଓଠରେ ,

ଅଭୁଲା ଅଲିଭା ତୁମ ସ୍ମୃତି ରେଖା

ପ୍ରତିକ୍ଷଣ ଏଇ ହୃଦୟ ଝୁରେ ।


ଦୁଃଖେ ମ୍ରିୟମାଣ ସାରା ପରିବାର

ପବିତ୍ର ଶ୍ରାଦ୍ଧ ବାର୍ଷିକେ ତୁମର ,

ସ୍ନେହମୟୀ ମାତା ମୁଁ' ତୁମ ଦୁହିତା

ଲେଖୁଛି କବିତା ଆଖି ଲୁହର ।


ଆଦ୍ର ପଡିଅଛି ସମାଧି ସ୍ଥଳ "ମା"

ପଡ଼ିଛି ତହିଁରେ ବର୍ଷା କାକର ,

ଦୂର୍ବାଦଳ ପୁଷ୍ପ ଦେଇ ପୂଜୁଅଛୁ 

ଶାନ୍ତି ଲଭୁ ତୁମ ଦିବ୍ୟ ଆତ୍ମାର ।

       

       

        


Rate this content
Log in

Similar oriya poem from Tragedy