Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ସୃଷ୍ଟିଚକ୍ର

ସୃଷ୍ଟିଚକ୍ର

1 min
177



ଶବଦ୍ ବ୍ରହ୍ମ ଓ ପରଂବ୍ରହ୍ମ

ମଧ୍ୟବର୍ତ୍ତୀ ଦୂରତ୍ବ ହିଁ ଜୀବନ

ଆଉ ମଧ୍ୟ ଶୂନ୍ୟତା ହିଁ ପୃଥିବୀ

ଏବଂ ଏ ଦୂରତ୍ବ ଓ ଶୂନ୍ୟତାର ଗବେଷଣାରେ

ହଜିଯାଇଛି ଫହଁ ଫର୍ଦ୍ଦ କାଗଜ – ପରସ୍ତ ପରସ୍ତ ଫସିଲ ତ

ଶିଝିଯାଇଛି ମଣିଷର ପରିଚୟ

ବଦଳି ଯାଇଛି ମଣିଷ ପଣିଆ

ନାସିସସଙ୍କ ଠାରୁ ଆରମ୍ଭ କରି କୁଶବିଦ୍ଧ ଯୀଶୁଙ୍କ ପର୍ଯ୍ୟନ୍ତ

ଚାଲିଛି ଅନନ୍ତ ଆରମ୍ଭରେ ଆରମ୍ଭ ଥିବା ଗବେଷଣା

ଭିଡ଼ ମଧ୍ୟରେ ହଜିଯାଉଥିବା ମଣିଷ ପାଇଁ

ମୂଲ୍ୟହୀନ ଏ ଗବେଷଣା – ଅଲୋଡ଼ା ଏ ପରିଚୟ ବତତ

କୋଲ୍‌କାତା ବଜାରର ଗହଳି ଭିତରେ ହେଉ ତିତ ତାରି

ଅବା ଗୋଲ୍ ବଜାରରେ ଲସି ଦୋକାନର ଲମ୍ବା ଧାଡ଼ି

ସବୁଠି ସାଧାରଣ ମଣିଷ ହାଉଯାଉ ଡିନର

ଏସବୁ ଗୋଳମାଳ ତୟାର କରେ ଅସହାୟ ନୀରବତା ର ଜାତି

ଅଖଣ୍ଡ ସଂହତି ମଧ୍ୟରେ ପାଳିତ ହୁଏ ଜୟନ୍ତୀ ଉତ୍ସବ

ଯେଉଁଠି ଆୟୋଜକ ଓ ଆରାଧ୍ୟ ଉଭୟ ଜଣେ

ସେଇ ସାଧାରଣ ମଳିମୁଣ୍ଡିଆ ଯେ କି ଉପଜୀବ୍ୟ ତୁତି

‘ମାଟି ମଟାଳ’ ଠୁଁ ‘ମରୁମାଟି’

କାଳର କରାଳ ଅଟ୍ଟହାସ୍ୟାରେ

ସେ ହୋଇଛି ପୃଥିବୀର ସବୁଠୁ ପୃଣିତ ବ୍ୟକ୍ତି ।


Rate this content
Log in

Similar oriya poem from Classics