ଷଡ଼ରିପୁ
ଷଡ଼ରିପୁ
ଷଡ଼ରିପୁ ଅଛି ମନୁଷ୍ୟେ, ଦୂର କର ତାହାରି,
କାମକ୍ରୋଧଲୋଭ ମାତ୍ସର୍ଯ୍ୟ, ମୋହମଦ ତୋହରି!!
କରେ ଅନ୍ଧକାର ଜୀବନ, ହୁଏ ତୋର ଭଗାରି,
ଜଡ଼ିତ ରହିଲେ ତାହାରେ, ଦିଏ ଦୁଃଖକୁ ଭରି !!
ମୃତ୍ୟୁର କାରଣ ଏହୁରେ, ଶାସ୍ତ୍ର ବଚନ ପରା,
ଦୂରେ ରଖି ଥିବା ସର୍ବଦା, ଶତ୍ରୁ ଜୀବନେ ସାରା !!
କାମ ଓ ବାସନା ଅଟେ ଟି, କରେ ପାପ ସଞ୍ଚାର,
ହୁଏ ଅସମ୍ଭବ ବଞ୍ଚିବା, ରିପୁ ଆଣେ ଅନ୍ଧାର !!
କ୍ରୋଧ ଆଣି ଦିଏ ଘଟଣା, କ୍ରୋଧ ରିପୁ ପାମର
ଜ୍ଞାନଶୂନ୍ୟ କରେ ଶରୀର, ରୁହେ ନାହିଁ ବିଚାର !!
ନିନ୍ଦନୀୟକାର୍ଯ୍ୟ କରେଟି, ଜ୍ଞାନଶୂନ୍ୟ ହୋଇଣ
ନ୍ୟାୟଅନ୍ୟାୟର ବିଚାର,କ୍ରୋଧେ ଜାଣିବ କଣ !!
ଲୋଭ ବଳୁ ହୁଏ ବିନାଶ, ପାପେ ଥାଏ ଟି ରତ
ଧନ ପଦ ଆଶା ସର୍ବଦା, ଲୋଭେ ଥାଏଟି ଯୁକ୍ତ !!
ବିପଦରେ ନିଶ୍ଚେ ପଡ଼ିବୁ, ଅଟେ କଟୁ ବଚନ,
ଲୋଭ ପରି କାର୍ଯ୍ୟ କାହିଁକି, ଦୂର କର ବିଦ୍ବାନ !!
ନାହିଁ ସବୁ ଦିନ ଜୀବନ,ମୋହେ କାହିଁକି ପଡୁ
ବିଭୁକର୍ମପାଇଁ ଶରୀର,ସେବା କର୍ମକୁ ଯୋଡୁ !!
ମାତ୍ସର୍ଯ୍ୟ ରିପୁକୁ ଛାଡ଼ତୁ, ନିଜ କର୍ତ୍ତବ୍ୟ କର
ନାହିଁ ଲାଭ କିଛି ହିଂସାର,ପ୍ରେମ ପ୍ରୀତିକୁ ଧର !!
ମଦ ପ୍ରବୃତ୍ତିକୁ ଛାଡ଼ ତୁ, ଭାବୁ କିମ୍ପା ତୁ ଶ୍ରେଷ୍ଠ?
ଭାବିଲେ ଏପରି ତୁହିରେ, ହେବ ତୋରଅନିଷ୍ଟ !!
ଷଡ଼ରିପୁ ଛାଡ଼ି କାର୍ଯ୍ୟ ତୁ, କର ରାଷ୍ଟ୍ର ହୀତର,
ରଖିଯିବୁକୀର୍ତ୍ତି ରାଷ୍ଟ୍ରରେ, ନାମ ରଖିବୁ ତୋର !!