Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

3  

Chittaranjan Nanda

Inspirational

ସୁପ୍ତ ମାନସକୁ ଜାଗ୍ରତ କର

ସୁପ୍ତ ମାନସକୁ ଜାଗ୍ରତ କର

1 min
238



ଅଧିକାର ଓ କର୍ତ୍ତବ୍ୟ, ଦୁଇ ପଟ

ଅଟେ ଏକ ମୁଦ୍ରାର 

ଗୋଟିଏର ଅଭାବରେ ଅନ୍ୟଟିର 

ପରିକଳ୍ପନା ହୁଏ ତ ଅସାର ।


ମନ ମଧ୍ୟରୁ ଲିଭିଲେ ମଣିଷର 

କର୍ତ୍ତବ୍ୟର ଭାବଧାରା

ଅଚିରେ ମଣିଷ ସମାଜ ହୁଏ ପରା

ବିଶୃଙ୍ଖଳଭରା ।


ସ୍ୱାର୍ଥ ତ ରହିବ, କିନ୍ତୁ ନିଜ ସ୍ୱାର୍ଥେ ପୁରା 

ଅନ୍ଧ ନହେଲେ 

ବିଶୁଦ୍ଧ ଭାବନାରେ କର୍ତ୍ତବ୍ୟ ନିଷ୍ଠାରେ 

ସାହାଯ୍ୟର କାର୍ଯ୍ୟ କଲେ ।


ସାଧନା ଓ ବିଶୁଦ୍ଧ କଳ୍ପନାର କାର୍ଯ୍ୟ 

ବିଅର୍ଥ ନହୁଏ କେବେ

ସେ ପଥେ ଯାଏ ଯିଏ, ସେ ସର୍ବଦା

ଯଶ ଧନ ମାନ ଲଭେ ।


ଦେଖ, କୃଷି କର୍ମରେ କୃଷକ ମଗ୍ନ 

ହୋଇ କିପରି କାର୍ଯ୍ୟ କରେ

କର୍ତ୍ତବ୍ୟକୁ ଭାଂଗି ବଡ ବେପାରୀ ତା 

ଶ୍ରମକୁ ଅଚିରେ ଚୋରି କରେ ।


ବୀର ମରେ ସିନା ରଣ ସ୍ଥଳରେ, ସେ 

କେବେ ପଛ ଘୁଞ୍ଚା ଦିଏ ନାହିଁ

ଦେଖ କିପରି ନେତା କର୍ତ୍ତବ୍ୟକୁ ଭାଂଗି

ନିଜ ନାମ ଲେଖେ ତହିଁ ।


ଚାଲ ଅଗଷ୍ଟ ପନ୍ଦର ଦିନରେ ଆଲୋକ 

ବର୍ତ୍ତିକା ପ୍ରଜ୍ଵଳିତ କରିବା

ରାଷ୍ଟ୍ର ହିତରେ କୁଣ୍ଠିତ ନହୋଇ କର୍ତ୍ତବ୍ୟ 

ପରାୟଣ ପାଲଟିବା ।


ଶୃଙ୍ଖଳା ଆବଦ୍ଧେ ରୁଦ୍ଧିମନ୍ତ କରି ଯଦି

ନିସ୍ୱାର୍ଥର ବହ୍ନି ଜାଳିବା 

ଉନ୍ନତର ଦେଶ ଗଢିଲେ ଯାଇ ଆମେ 

ଅଧିକାର ହାସଲ କରିବା ।


ବିବେକ ସତ୍ୟ ନ୍ୟାୟର ଚେତନା ହେଉଛି 

ପୂଣ୍ୟ କାର୍ଯ୍ୟ କର୍ତ୍ତବ୍ୟର

ସୁପ୍ତ ମାନସକୁ ଜାଗ୍ରତ କରିବା ଅଭିପ୍ରାୟ 

ଅଟେ ଲେଖନୀ ମୁନର ।



Rate this content
Log in