ତମେ ଆଉ ମୁଁ..
ତମେ ଆଉ ମୁଁ..
ତମେ ଢ଼ଳ ଢ଼ଳ ସରସୀ ଜଳ
ମୁଁ ତାରି ଭିତରକୁ ଫିଙ୍ଗି ହେଇ
ପଡିଥିବା ଟେକା ଟିଏ କେବଳ
ତମେ ହସି ହସି ରଚି ଦେଲ ଭଉଁରୀ
ମୁଁ କିନ୍ତୁ ତା ଭିତରୁ ପାରୁନି ବାହାରି
ତମେ ଦେଖୁଚ ଶରତ ଆକାଶ ର ତୋଫା ଜହ୍ନ
ମୁଁ ଖାଲି ଦେଖେ ତମ ଅକୁହା ଅଦେଖା ସୁପ୍ତ ଧନ
ତମେ ପୂତ ପବିତ୍ର ଚାନ୍ଦ ସହ ପ୍ରୀତି ରେ ମସଗୁଲ
ଆଉ ମୁଁ ସେଇ ଅଭିଶପ୍ତ ବେଙ୍ଗ ର ବଉଳ