Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Udaya Marndi

Romance

3  

Udaya Marndi

Romance

ତୁମ ବିନେ

ତୁମ ବିନେ

1 min
230


ତୁମଠାରେ ନିଜକୁ ସମର୍ପି ଦେବାକୁ ଇଛା ମୋର

ସଦା ମୁଁ ବନ୍ଧା ତୁମର ଆଦର ପ୍ରେମଠାରେ

କେମିତି ରହିବି ମୁଁ ତୁମ ବିନେ |

ତୁମ ବିନେ ଏ ଜୀବନ ଏକ ଦୁଃସ୍ବପ୍ନ 

କେତେ ଆଶା କେତେ ଇଛା ତୁମଠାରେ ସବୁ ତୁଚ୍ଛ 

ଶୂନ୍ୟ ମୋର ଏ ଆତ୍ମା ତୁମ ବିନେ |

ନିଶା ଖୋର ବ୍ୟକ୍ତି ନିଶା ବିନା ଅଧୁରା

ପ୍ରେମିକ ତାର ପ୍ରେମ ବିନା ଅଧୁରା

ପାନ ପତର ଆଜି ଭାଙ୍ଗି ଯାଉଛି ତୁମ ବିନେ |

ଯେବେଠାରୁ ହେଲି ମୁଁ ତୁମର କିଆଁ ଭାବିଲ

ଯେ ମୁଁ ହେବି ଆଉ କାହାର

 ନଥିବେ ଯେ ସନ୍ଦେହୀ ତୁମ ବିନେ |

ହୃଦୟ କନ୍ଦରରେ ସାଇତିକି ରଖିଛି ଆଉ ରଖିଥିବି

ଯେ ପର୍ଯ୍ୟନ୍ତ ଆଉ ଗୋଟିଏ ପ୍ରେମରୂପକ ଶର ଆସି ନ ବାଜିଛି

ଶେଷରେ ପୁରୁଷ ଜାତିକୁ ଦୋଷ ଦେବେଯେ ତୁମରି ପାଇଁ |

ଜାଣୁଛି ମୁଁ ତୁମର ବାକ୍ୟ ଉଚ୍ଚାରଣ

ତଥାପି ତୁମକୁ ଜିଣିବାକୁ ହବ ଏଇ ପୂର୍ଣ୍ଣ ହୃଦୟ ପାଇଁ

ହେବି ପଛେ ସରକାରୀ ନୌକର ଭାଙ୍ଗିବିନି ହୃଦୟ ତୁମ ବିନେ |

ଏକଥା ଦେଖି ଅଜଣା ଏ ମନ ତୁମକୁ ନ ଦେଖିବାର କରେ ଅଭିନୟ

ଭଅଁର ସଦା ଯେପରି ମଧୁ ବିନେ ଅସ୍ଥିର

ଜାଣେ ନାହିଁ ମନ ଆଜି ଚଳଚଞ୍ଚଳ ତୁମ ବିନେ |

ମନ ସ୍ଥିର ନ ହେବା ଯାଏଁ ପାରିବିନି ପାଇ ମୁଁ ତୁମକୁ

ମନ ସ୍ଥିର କରୁ କରୁ ଚାଲିଯିବ ଯେ ଆଉ କାହା ବାହୁକୁ

ଏକଥା ଭାବି ଆଜି ହୃଦୟ ରକ୍ତାକ୍ତ ଯେ ତୁମ ବିନେ ||



Rate this content
Log in

Similar oriya poem from Romance