Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Reeta aparajeeta Mohanty

Romance

4.0  

Reeta aparajeeta Mohanty

Romance

ଶୀତ ଋତୁ

ଶୀତ ଋତୁ

1 min
348



ଶିଶିର ଭିଜା ପତ୍ରରେ ଥାଏ ଶିହରଣ

ତୁମେ ଆସିଲେ ଶୀତ ଋତୁ

ହସେ ବାଡ଼ି ର କେଳି କୁସୁମ

ହେନା ,ଜୁଇଯାଇ ଡାଲିଆ ର ମହକରେ

ବଗିଚା ହସେ।

ମୋ ପ୍ରିୟ ୠତୁ କେତେ ପ୍ରତୀକ୍ଷା କରେ

ତୁମରି ଆସିବା ପାଇଁ

ହାତ ପାପୁଲିରେ ଶୀତ ର ଅନୁଭବ ସାଇତିବା ପାଇଁ

ଆଜିକାଲି ତୁମେ ଆସିବାରେ ଭାରି କର 

ବିଳମ୍ବ ।

ପନି ପରିବା ସମ୍ଭାର ଖେଳୁଥିଲା ଏ ୠତୁ

ହେଲେ ଆଜିକାଲି ଯେତେ ଟଙ୍କାର

ପରିବା ଆଣିଲେ 

ଅଳକା ମୁହଁ ହାଣ୍ଡି ଥାଏ 

କିଛି କମ ହେଇଗଲା

ଶୀତ ଦିନରେ ଲଘୁଚାପ ର ବର୍ଷା

ଚାଷୀର ଦୁଃଖ କୁ ବଢ଼େଇଦିଏ।

ଶାଲ କମ୍ବଳ ଘୋଡ଼ି ହେଇ 

କିଏ ଶୀତ କୁ ସ୍ୱାଗତ କରେ ତ

କିଏ ବିନା ଛାତରେ ଥର ଥର ଶୀତ କୁ 

ଗାଳିଦେଇ ନିଆଁ ପୋହିଁବାକୁ ଲାଗେ।

ଶୀତ ରେ ଅଳକା ହାତର କଫି ଭାରି

ଭଲ ଲାଗେ ଏ ଶୀତରେ ସେ ଯାଇଛି 

ଶଶ୍ୱର ଘରକୁ

ତାକୁ ଭିଡିଓ କଲରେ ଦେଖିଲେ

ମୋ ରୋମାଣ୍ଟିକ ମନଟା କଣ ବୁଝୁଛି।

ହାଏ ଏ ୠତୁ ଆଉ 

ପ୍ରିୟା ନାହିଁ ମୋ ପାଖରେ ।

ଶୀତ ଋତୁରେ ଆକାଶରେ କୁହୁଡି ଚାଦର

ଗାଡି ଚଳେଇବାରେ ବଡ଼ ବ୍ୟାଘାତ ହୁଏ।

ମୋ ପ୍ରିୟ ୠତୁ ଯେବେ ଆସେ

ମନରେ ସମ୍ଭାବନା ର ଲହଡି ଖେଳେ।


Rate this content
Log in

Similar oriya poem from Romance