jagabandhu sahu

Romance

4  

jagabandhu sahu

Romance

ଅଳକାପୁରୀର ଅନୁପମା

ଅଳକାପୁରୀର ଅନୁପମା

4 mins
149



ଗୋଟେ ଛୋଟିଆ ଗାଁରେ ସୁନ୍ଦର ଝିଅଟିଏ ରହୁଥାଏ ନାଁଟି ତାର ଅନୁପମା ଦିନେ ସିଏ ସହରକୁ ବୁଲିବା ପାଇଁ ତାର ମାମୁଁଘରକୁ ଗଲା ଅଜଣା ଅଚିହ୍ନା ସହରରେ ଅନୁପମାକୁ ଏକା ଏକା ଲାଗୁଥାଏ ଠିକ୍ ସେଇ ସମୟରେ ସେହି ଅଜଣା ସହରରେ ଗୋଟେ ପୁଅ ସହ ସେଇ ଝିଅଟିର ଦେଖା ହେଲା ଦୁହେଁ ଦୁହିଁକୁ ଅବାକ ଭାବରେ ଚାହିଁବାକୁ ଲାଗିଲେ ଯେମିତି ପୂର୍ବରୁ କେଉଁଠାରେ ତାଙ୍କରି ଦେଖା ହେଉଥିଲେ କିଛି ସମୟ ପରେ ଦୁହେଁ ଦୁହିଁଙ୍କଠୁ ମୁହିଁ ଫେରେଇ ନେଲେ ଦୁହେଁ ମୁରୁକି ହସ ଦେଇ ନିଜ ନିଜ ବାଟରେ ଫେରିଗଲେ ସେଇ କିଛିକ୍ଷଣର ଦେଖା ଦୁହିଁଙ୍କ ମନରେ ପ୍ରେମ ସୃଷ୍ଟି କରିବାକୁ ଲାଗିଲା ପ୍ରତେକ ଦିନ ପୁଅଟି ଝିଅଟିକୁ ଦେଖିବା ପାଇଁ ଝିଅଟିର ମାମୁଁ ଘର ପାଖକୁ ଆସୁଥାଏ ଆଉ ଝିଅଟି ବି ତାର ମାମୁଁଘର ଝରକା ପଟେ ଲୁଚି ଲୁଚି ପୁଅଟିକୁ ଦେଖୁଥାଏ ସେଇ ଟିକିଏ ନିଖିଏ ଦେଖା ଦୁହିଁଙ୍କମନରେ ଆହୁରି ଅଧିକ ମାତ୍ରାରେ ପ୍ରେମ ସୃଷ୍ଟି କରିବାକୁ ଲାଗିଲା ଦୁହେଁ ଦୁହିଁଙ୍କୁ ଭଲ ପାଏ ବୋଲି କହିବାକୁ ଇଛା କରୁଥିଲେ ମଧ୍ଯ ସେ ମାନେ କିଏ କାହାକୁ ମନ କଥା କହି ପାରୁ ନଥୁଲେ ଏମିତି କିଛି ଦିନ ବିତିଗଲା ଦିନେ ଝିଅଟି ତା ମାମୁଁ ମାଇଁଙ୍କ ସହ ସହର ପାଖ ଶିବ ମନ୍ଦିରକୁ ଦିଅଁ ଦର୍ଶନ କରିବାକୁ ଯିବା ପାଇଁ ବାହାରି ପଡିଲେ ପୁଅଟି କେମିତି କେଜାଣି ଏଇ ବିଷୟରେ ଜାଣି ପାରିଲା ପୁଅଟି ଭାବିଲା ଆଜି ମନ୍ଦିରରେ ସେ ଝିଅ ସାଙ୍ଗେ ଦେଖା ହୋଇ ମୁଁ ମୋର ମନ କଥା ସବୁ ତା ଆଗରେ ଖୋଲି କହିବି ତାପରେ ଯାହା ହେବ ଦେଖିବା ଏଇ କଥା ଭାବି ପୁଅଟି ସେଇ ଶିବ ମନ୍ଦିରକୁ ଯିବା ପାଇଁ ବାହାରି ପଡିଲା କିଛି ସମୟ ପରେ ସେଇ ଶିବ ମନ୍ଦିରରେ ଝିଅଟି ସହ ପୁଅଟିର ଦେଖା ହେଲା ଝିଅଟିକୁ ଏକା ଦେଖି ପୁଅଟି ସେଇ ଝିଅଟିର ନିକଟକୁ ଗଲା ପୁଅଟି ଯାଇ ଝିଅଟିକୁ ପଚାରିଲା ତୁମ ନାମ କଣ ? ତୁମରି ଗାଁ କୋଉଠି ? ଦୟାକରି ତୁମ ପରିଚୟ ମୋତେ ଦିଅ ଝିଅଟି କହିଲା ମୋ ପରିଚୟ ଜାଣି କଣ କରିବ ବାସ୍ ଏତିକି ଜାଣିଥ ମୁଁ ମୋ ମାମୁଁଘରକୁ ବୁଲିବାକୁ ଆସିଛି ତାପରେ ପୁଅଟି କହିଲା ଧନ୍ଯବାଦ ମୋ ନାଁ ହେଉଛି ବାଦଲ ମୋର ଘର ଏଇ ସହରରେ ସତ କହିବାକୁ ଗଲେ ମୁଁ ତୁମକୁ ଅଜାଣତେ ମୋ ନିଜ ଜୀବନଠୁ ବି ବେଶି ଭଲ ପାଉଛି ଆଶା କରୁଛି ତୁମେ ବି ମୋତେ ସେତିକି ଭଲ ପାଉଥିବ ବୋଲି ଠିକ୍ ଏତିକି ବେଳେ ଝିଅଟିର ମାମୁଁ ମାଇଁ ମନ୍ଦିରରୁ ଝିଅଟିର ନିକଟକୁ ଆସୁଥିଲେ ଯେଉଁଥି ପାଇଁ ସେଇ ପୁଅଟିର କୌଣସି କଥାର ଉତ୍ତର ଝିଅଟି ଦେଲା ନାହିଁ ବାସ୍ ଧିରେ ଧିରେ ଝିଅଟି କହୁଥାଏ ମାମୁଁ ମାଇଁ ଆସିଲେଣି ଚାଲିଯାଅ ଏଠାରୁ ପୁଅଟି ପଛକୁ ବୁଲି ଦେଖେତ ଝିଅଟିର ମାମୁଁ ମାଇଁ ଆସୁଛନ୍ତି ପୁଅଟି କିଛି ନ କହି ଚୁପ୍ ଚାପ୍ ସେଠାରୁ ଚାଲିଗଲା ତାପରେ ଝିଅଟିର ମାମୁଁ ମାଇଁ ଆସିଗଲେ ଆଉ ପଚାରିଲେ ଆଛା ଝିଅ ସେ ପୁଅଟି କିଏ ଝିଅଟି କହିଲା ମୁଁ ଜାଣି ନାହିଁ କିଛି ସମୟ ହେଲା ଏଠି ଠିଆ ହୋଇଥିଲା ଆଉ ଏବ ଠିକିଏ ହେଲା ଚାଲିଗଲା ବୋଧେ ହୁଏ କାହାକୁ ଅପେକ୍ଷା କରିଥିଲା ତାପରେ ଝିଅଟି ତା ମାମୁଁ ମାଇଁଙ୍କ ସାଙ୍ଗରେ ଘରକୁ ଫେରିଗଲା ପୁଅଟି କିନ୍ତୁ ଝିଅଟି ପାଖରୁ କୌଣସି ଉତ୍ତର ନ ପାଇ ଥକିପଡିଥିଲା ମନେ ପୁଅଟି ଡରୁଥାଏ କି କଣ ସେ ଝିଅ ମୋ ଭଲ ପାଇବନି ଏପଟେ ଝିଅଟି ବି ପୁଅଟିକୁ ଓ ତାର କଥା ଭାଷା ସଇଲିକୁ ମିସି କରୁଥାଏ ଦେଖୁ ଦେଖୁ ରାତି ଆସି ୧୦ ଟା ବାଜିଗଲା କିନ୍ତୁ ଝିଅଟିର ଆଖିକୁ ନିଦ ଆସୁନଥାଏ ଖଟ ଉପରେ ଏପଟେ ସେପଟେ କର ଲୋଉଟାଉଥାଏ ଆଉ ଦୁଇ ଦିନ ଗଲେ ଝିଅଟି ତାର ଗାଁକୁ ଫେରିଯିବ ଆଉ ବେଶି ସମୟ ବି ଝିଅଟି ପାଖରେ ନଥାଏ ଏପଟେ ଝିଅଟି ବି ଭାବୁଥାଏ ଏ ଦୁଇ ଦିନ ଭିତରେ ଯଦି ମୋର ସେ ପୁଅ ସହ ଦେଖା ନହୁଏ ତେବେ ଆମ ଭଲପାଇବା ଏମିତି ଅଧୁରା ହୋଇ ରହିଯିବ ଏମିତି ଭାବୁ ଭାବୁ କେତେ ବେଳେ ଝିଅଟିର ଆଖିକୁ ନିଦ ଆସିଯାଇଛି ସେ କଥା ବି ସେ ନିଜେ ଜାଣି ତାପର ଦିନ ସକାଳ ହେଲା ଝିଅଟି ଝରକା ପାଖକୁ ଯାଇ ଚାହିଁଲା କାଲେ ସେ ପୁଅ ଥିବ ବୋଲି କିନ୍ତୁ ସେ ପୁଅ ଆସିନଥିଲା ପୁଣି ଖରାବେଳକୁ ଦେଖିଲା ଝରକା ପାଖକୁ ଯାଇ ତଥାପି ବି ସେ ପୁଅ ଆସି ନଥିଲା ସତରେ ଝିଅଟି ବି ବହୁତ ଭାଙ୍ଗି ପଡିଥିଲା


     ତାପରେ ସନ୍ଧ୍ଯା ସମୟକୁ ଯାଇ ଝିଅଟି ଝରକା ପାଖରେ ଠିଆ ହୋଇଛି ପୁଅଟି ହଟାତ୍ ଆସି ପହଞ୍ଚିଗଲା ତା ମାମୁଁଘର ସାମ୍ମାନାରେ ପୁଅଟିକୁ ଦେଖି ଝିଅଟି ବହୁତ ଖୁସି ହୋଇଗଲା କଣ କରିବ କଣ କରିବ ଭାବି ହଠାତ୍ ଝିଅଟିର ନଜର ପଡିଲା ମାମୁଁଘର ଟେବୁଲ୍ ଉପରେ ସେଇଠି କାଗଜ ଥିଲା ଆଉ ପେନ୍ ବି ଥିଲା ଝିଅଟି ଭାବିଲା ଏଇ କାଗଜ ମାଧ୍ଯମରେ ତାଙ୍କୁ ମୋ ବିଷୟରେ ସବୁ କହିଦେବି ତାପରେ ଦଉଡି ଯାଇ ଟେବୁଲ୍ ଉପରୁ କାଗଜ ଖଣ୍ଡେ ଆଣି ସେଥିରେ ଲେଖିବାକୁ ଆରମ୍ଭ କଲା ପ୍ରଥମେ ଲେଖିଲା ମୋର ପ୍ରିୟର ମଣିଷ ମୋର ପ୍ରଣାମ ଗ୍ରହଣ କରିବ ତୁମ କଥାର କୌଣସି ଉତ୍ତର ନଦେଇଥିବାରୁ ମୋତେ କ୍ଷମା କରିଦେବ ମୁଁ ବି ତୁମକୁ ମନେ ମନେ ଭଲ ପାଇବସିଛି ଆଶା କରୁଛି ତୁମର ଛୋଟ ହୃଦୟରେ ମୋତେ ଟିକିଏ ସ୍ଥାନ ଦେବ ବୋଲି ଆମର ଗାଁ ହେଉଛି ଅଳକାପୁରୁ ଆଉ ମୋ ନାଁ ହେଉଛି ଅନୁପମା କାଲିକି ମୁଁ ଗାଁକୁ ଫେରି ଯାଉଛି ତୁମକୁ ନ ଦେଖିଲେ ଅବଶ୍ଯ କଷ୍ଟ ହେବ ମୋ ପାଇଁ କିନ୍ତୁ ମୋ ପାଖରେ ଗାଁକୁ ଯିବା ବେତିତ ଆଉ କିଛି ଉପାୟବି ନାହିଁ ଆଶା କରୁଛି ଆମ ଘରକୁ ଆସି ମୋ ବାପା ମାଆଙ୍କ ସହ କଥା ହୋଇ ମୋତେ ତୁମ ହୃଦୟର ରାଣି କରି ଆଣିବ ବୋଲି ବାକି ତାର ଘରର ଠିକଣା ଲେଖି ଶେଷରେ ଲେଖିଲା ତୁମ ଆସିବା ଅପେକ୍ଷାରେ ରହିଲି ଏତିକି କହି କାଗଜଟିକୁ ନେଇ ଝରକା ବାଟେ ପୁଅଟି ପାଖକୁ ଫିଙ୍ଗିଦେଲା ଆଉ ପୁଅଟି ବି କାଗଜଟିକୁ ଉଠାଇ ସେଥିରେ ଲେଖାଥିବା ସମସ୍ତ ବିଷୟକୁ ପଡିଲା ତାପର ଦିନ ସକାଳର ପ୍ରଥମ ଗାଡିରେ ଝିଅଟି ତାର ଗାଁକୁ ଫେରିଆସିଲା 

କିଛି ଦିନ ପରେ ପୁଅଟି ତାର ବାପା ମାଆକୁ ସାଙ୍ଗରେ ନେଇ ଝିଅଟିର ଘରକୁ ବାହାଘର ପ୍ରସ୍ତାବ ନେଇ ଗଲା ଝିଅଟି ଦେଖି ପୁଅଟିକୁ ବହୁତ ଖୁସିହେଲା ଝିଅର ବାପା ମାଆ ବି ସେ ବାହାଘର ପ୍ରସ୍ତାବରେ ରାଜି ହୋଇଗଲା ଫଗୁଣର ପହିଲି ତିଥିରେ ବାହାଘର ଯୋଗ କାଡି ପୁଅଟି ବରଯାତ୍ରୀ ସାଙ୍ଗେ ସାତ ଶଙ୍ଖ ବାଜା ବାଣ ରୋଷଣୀରେ ଗାଁ ଦାଣ୍ତ ଦୁଲିକିଲା ଏପଟେ ଟିପି ଟିପି ଚନ୍ଦନର ଟିପାରେ ସଜେଇ ହୋଇ ବସିଥାଏ ଅନୁପମା ଭୋଜି ଭାତ ବାଣ ରୋଷଣୀରେ ଗାଁ ପୁରି ଉଠିଲା ତାପରେ ବାଦଲ ସାଥିରେ ଅନୁପମାର ବାହାଘର ସରିଲା ଫୁଲର ସବାରୀରେ ଅନୁପମାକୁ ନେଇ ବାଦଲ ନିଜ ସହରକୁ ଫେରିଲା ଦୁହେଁ ବିବାହ କରି ବହୁତ ଖୁସିରେ ରହିଲେ ।


Rate this content
Log in

Similar oriya story from Romance