Sameer Ghosh

Crime Others

4.5  

Sameer Ghosh

Crime Others

ଅନ୍ଧକାର ରାତ୍ରି

ଅନ୍ଧକାର ରାତ୍ରି

4 mins
315


ମୋ ନାମ ହରିଶ ଏବେ ନୂଆ ନୂଆ ସରକାରୀ ସ୍କୁଲ ଶିକ୍ଷକ ଭାବେ ମାଲକାନଗିରି ର ବିଦୁପୁର ଅଞ୍ଚଳ ରେ ନିଯୁକ୍ତି ପାଇଛି। ଵିଧିବଧ୍ୟ ଭାବେ ସରକାରୀ ଚିଠି ପାଇଲା ପରେ ମୁଁ ମାଲକାନଗିରି ଅଭିମୁଖେ ବାହାରିଲି । ମାଲକାନଗିରି ବସ୍ ଷ୍ଟାଣ୍ଡ ପହଂଚି ଲୋକଙ୍କ ଠାରୁ ବୁଝିନେଲି ବିଦୁପୁର ଏଇଠୁ ପ୍ରାୟ ୧୦୦ କିଲୋମିଟର । ସମୟ ସେତେବେଳକୁ ସନ୍ଧ୍ୟା ୫ ଟା। ଏଇଠି ମୁଁ କାହାକୁ ଚି଼ହ୍ନି ନଥାଏ ଖାଲି ବିଦୁପୁର ସ୍କୁଲ ର ପିଅନ ସାଙ୍ଗରେ ମୋ ଚି଼ହ୍ନ ତାକୁ ଫୋନ କଲି ସିଏ କହିଲା କି ତାର ବାଇକ ଟି ଖରାପ ହୋଇ ଯାଇଛି ସିଏ ମୋତେ ନେବାକୁ ଆସି ପାରିବନାହିଁ ଏତିକି କହୁକହୁ ଫୋନ ଟି କଟି ଗଲା ପରେ ଯେତେ କଲ୍ କଲି ଜମା ଲାଗିଲାନି ପାଖରେ କିଛି ଲୋକଙ୍କୁ ପଚାରିଲି ସେଇଠୁ ଜାଣି ବାକୁ ପାଇଲି ଯେ ରାତି ୧୦ ଟା ବେଳେ ଏକ ଗାଡି ସେଇ ପଟ କୁ ଯାଏ ବୋଲି ମୁଁ ସେଥିରେ ଯିବାକୁ ମନସ୍ଥ କଲି । ଗାଡି ଆସିଲା ମୁଁ ଗାଡିରେ ବସିଲି , ବସୁ ବସୁ ମୋତେ ନିଦ ଆସିଗଲା ପ୍ରାୟ ୩,୪ ଘଣ୍ଟା ପରେ ଗାଡି ର କଣ୍ଡକଟର ମୋତେ ଉଠାଇ ଦେଲେ କହିଲେ ବିଦୁପୁର୍ ଏଇଠୁ ଆଉ ୫ କିଲୋମିଟର ବୋଲି ମୁଁ କହିଲି କାଇଁ ଏ ଗାଡି କଣ ବିଦୁପୁର ଯିବ ନାହିଁ । ନା ଏ ଗାଡି ଯିବନି ଆପଣ ଏଇଠି ଅହ୍ଲାଇ ପଡ଼ନ୍ତୁ । ମୁଁ ଅହ୍ଲାଇ ମୋବାଇଲ ଟର୍ଚ୍ଚ ଟିକୁ ଓନ କଲି ମୋବଇଲ ରେ ଗୋଟେ ବି ନେଟୱର୍କ ନଥାଏ କିଛି ଦୂରରେ ଏକ ଲଣ୍ଠନ ଜଳୁଥାଏ ସେଇ ଆଡ଼କୁ ଗଲି । ଜଣେ ବୁଢା ବ୍ୟକ୍ତିର ଛୋଟ ଦୋକାନ ଟି ଥାଏ ସିଏ ସେଠି ଏକା ବସିଥାନ୍ତି ମୁଁ ପଚାରିଲି ମଉସା ବିଦୁପୁର କୁ ରାସ୍ତା ସିଏ କହିଲେ ଏ ଜଙ୍ଗଲ ସେପଟେ ବିଦୁପୁର ବୋଲି । ଗାଡି ର କିଛି ସୁବିଧା ନାହିଁ ? ନା ତୁମକୁ ଯିବାକୁ ହେଲେ ହେଲେ ଚାଲିଚାଲି ଯିବାକୁ ପଡିବ । ମୁଁ ଠିକ ଦୋକାନ ରୁ ବାହାରିଲା ବେଳେ ମଉସା ପଛରୁ ଡାକି କହିଲେ ପୁଅ ଜଙ୍ଗଲ ବାଟରେ ଟିକେ ଦେଖିକି ଯିବ। କାହିଁକି ମଉସା , କିଛି ବର୍ଷ ପୂର୍ବେ ବିଦୁପୁର ଗାଁ ର ଯୋଡ଼େ ପ୍ରେମି ଯୁଗଳ ଏହି ଜଙ୍ଗଲ ରେ ଅତ୍ମହତ୍ୟା କରି ଥିଲେ ସେମାନଙ୍କ ଆତ୍ମା କୁଆଡେ ଏ ଜଙ୍ଗଲ ରେ ଉଡିବୁଲୁଛି ଗାଁର ବହୁତ ଜଣ ଦେଖିଛନ୍ତି । ଆଜି ନହେଲେ ମୋ ଦୋକାନ ରେ ରହିପାରିବ । ମୁଁ କହିଲି କଣ ମଉସା ଆଜିକା ବିଜ୍ଞାନ ଯୁଗ ରେ ଭୁତଫୁତ କିଛି ନୁହଁ କାହିଁକି ଡରୁଛନ୍ତି । ମଉସା କିଛି କହିଲେନି ଖାଲି ସ୍ମିତ୍ୟହାସ୍ୟ ଟିକେ ଦେଲେ । ମୁଁ ଚାଲିଲି ମୋ ରାସ୍ତା ରେ ଅନ୍ଧାର କୁ ସାଙ୍ଗ ରେ ନେଇ । ବାଟରେ ଗଲା ବେଳେ ଜେଜେବାପା ଶୁଣେଇଥିବା ଭୂତପ୍ରେତ କାହାଣୀ ଗୁଡା ମନେ ପଡି ଯାଉଥାଏ । ଶୀତ ପ୍ରକମ୍ପ ବି ବଢିବଢି ଅସୁଥାଏ ଜାଡୁଆ ରାତି । କୁହୁଡି ଗୁଡିକ ଝାପ୍ସା ଜହ୍ନ ଆଲୁଅ ରେ ଫିକଫିକ ହୋଇ ହସୁଥାଏ ମୋବାଇଲ ଟର୍ଚ୍ଚ ର ହାଲକା ଆଲୁଅ ଅନ୍ଧାର କୁ ଏଡାଇ ପାରୁନଥାଏ ସ୍ପଷ୍ଟ କିଛି ଦେଖାଯାଉ ନଥାଏ ଜଙ୍ଗଲର ଚିତ୍କାର ବେଳେବେଳେ ମୋ ମନ ରେ ଭୟ ସୃଷ୍ଟି କରୁଥାଏ ପାଖାପାଖି ୨ କିଲୋମିଟର ଆସିଲା ପରେ ମୋତେ ଯେମିତି ଲାଗିଲା ମୋତେ କେହିଜଣେ ଅନୁସରଣ କରୁଛି ବୋଲି ହଠାତ୍ ଶୃଗାଳ ର ଚିତ୍କାର ଆଉ ଭୁତଫିଲ୍ମ୍ ର ସଂଗୀତ ମୋ କାନ ରେ ବାଜିଲା । ଗୋଟେ ଭୟଙ୍କର ହସ , ସାମ୍ନାରୁ କେହିଜଣେ ଆସୁଥିବା ଭଳିଲାଗିଲା ଟର୍ଚ୍ଚଟି ସେପଟକୁ ଦେଇଦେଖିଲି ବେଶ ଡେଙ୍ଗା ହୃଷ୍ଠପୃଷ୍ଠ ରୁମଗୁଡାକ ଠିକ ଭାଲୁ ପରିକା । ଶୀତରୋ କମ୍ପନରେ ଥରୁଥିବା ମୁଁ ମୋ ଦେହରେ ଗମ୍ ଗମ୍ ଝାଳ ବାହାରିଗଲା ମୁଁ ଭୟ୍ ରେ କମ୍ପ କମ୍ପ ହୋଇ ହନୁମାନ ଚାଳିଶା ଗାଇବାକୁ ଲାଗିଲି । ପଛରେ କେହି ଜଣେ ଛିଡା ହୋଇଥିବା ପ୍ରତିୟମାନ ହୋଉଥାଏ । ଏଇ କଣ ଭୂତ ? ସତରେ କଣ ଭୁତ ଥାଏ କାଇଁ କେବେ ତୋ ଦେଖି ନି ? ଏତିକି ଭାବୁଭାବୁ ସାମ୍ନା ଵାଲାଟି କ୍ଷଣିକ ଭିତରେ ମୋ ପାଖକୁ ପହଂଚି ଗଲାଣି । ହଠାତ ମୁଁ ଦେଖିଲି ସିଏ ତା ପକେଟ ରୁ କିଛି ବାହାର କରୁଥାଏ ଏତିକି ଭିତରେ ମୁଁ ସିଧା ଧାଇଁବାକୁ ଲାଗିଲି ବୁଦାକଣ୍ଟା କିଛିନ ମାନି । ସେମାନେ ଦୁଇଜଣ ମଧ୍ୟ ମୋ ପଛରେ ଧାଇଁଥାନ୍ତି , ମୁଁ ଦୌଡ଼ିଦୌଡ଼ି କ୍ଲାନ୍ତ ହୋଇଯାଇ ଥାଏ । ମଝିରେ ବଞ୍ଚାଅ ବଞ୍ଚାଅ ବୋଲି ବଡ ପାଟି ରେ ଡାକୁ ଥାଏ ଆଉ ପାରିଲିନି, ମୁଁ ତଳେ ପଡିଗଲି ସେ ଦୁଇ ଜଣ ମୋତେ ଧରି ପକେଇଲେ ସେଥିମଧ୍ୟରୁ ଜଣେ ମୋ ଗାଲ ରେ ଶକ୍ତ ଚାପୁଡାଟିଏ ଦେଇକହିଲା ବେଶି ଦୌଡୁଛୁ ଶଳା ଦେଖିବୁ ଏଇନା , ଯାହା ଟଙ୍କା ପଇସା ଅଛି ଦେଇଦେ ଆମେ ତୋତେ ଯିବାକୁ ଦେବୁ । ଏହା କହିସେ ମୋ ବ୍ୟାଗ କୁ ଛଡ଼େଇ ବାକୁ ଲାଗିଲା ମୁ ମଧ୍ୟ ବ୍ୟାଗ ଟିକୁ ଛାଡୁନଥାଏ ଆଉ ଜଣେ ସେତେବେଳକୁ କହୁଛି ଅରେ ଜଲଦି କର , ଛଡାଅ ଛଡାଅ ଜଲଦି ଆରେ ୟେତ ଜଣେ ମହିଳା ର ସ୍ୱର ତୁ ସେଇଠି ଛିଡା ହେଇଥା ଆସେ ସାହାଯ୍ୟ କର ମୁଁ ବଞ୍ଚାଓ ବଞ୍ଚାଓ ବୋଲି ଚିଲ୍ଲଉ ଥାଏ ଦୁଇ ଜଣ ବ୍ୟାଗ ଟିକୁ ଛଡାଇ ବାକୁ ଚେଷ୍ଟା କରୁଥାନ୍ତି କିନ୍ତୁ ମୁଁ କୌଣସି ମୋତେ ବ୍ୟାଗ ଟି ଛାଡୁନଥାଏ । ସେମାନେ କୌଣସି ଭୁତ କି ପ୍ରେତ ନଥିଲେ ସେମାନେ ଥିଲେ ଅ ଅନ୍ଧକାର ରାତି ର ଚୋର । ହଠାତ୍ ପୁରୁଷ ଜଣକ ଭୁଜାଲି ବାହାର କରି କହିଲା ଦେବୁ ନା ଦେଖିବୁ ଏଇନା ଏହା କହି ଭୁଜାଲି କୁ ମୋ ଗଳା ପାଖ ରେ ରଖିଦେଲା ଅନ୍ଧାର ରାତି କୁ ସେମାନେ ପିନ୍ଧିଥିବା ମାସ୍କ୍ ଯୋଗୁ ତାଙ୍କ ଚେହେରା ଭି ଦେଖା ଯାଉନଥାଏ । ଭଗବାନ ବୋଧେ ମୋ ଏ ଦୁଃଖକୁ ଆଉ ଦେଖି ପାରିଲେ ନାହିଁ ସେଇ ସମୟ ରେ ଭାଗ୍ୟ କୁ ଜଣେ ଆମ ପଟକୁ ଏକ ବଡ ଟର୍ଚ୍ଚ ଧରି କିଏ କିଏ ବୋଲି ଧାଇଁଆସିଲେ ତାଙ୍କ ହାତ ରେ ଗୋଟେ ପିସ୍ତଲ ମଧ୍ୟଥାଏ ଚୋର ମାନେ ତାଙ୍କୁ ଯେମିତି ଦେଖିଛନ୍ତି ସେମାନେ ସେଇଠୁ ଧାଇଁ କୁଆଡେ ଉଭାନ ହେଇଗଲେ ବ୍ୟକ୍ତି ଜଣକ ଆସି ମୋ ପାଖରେ ଛିଡାହେଲେ ଆଉ କହିଲେ ତୁ କିଏ ? ଏଇଠି କଣ କରୁଛୁ ? ଡ୍ରେସ ରୁ ତୋ ଚୋର ଭଳି ଲାଗୁନୁ , ଏତେ ରାତିରେ ତୋର ଏଇଠି କଣ କାମ ? ତୁ ସେଇ ଚୋର ନୁହେଁ ତୋ ? ବାପରେ ଏତେ ପ୍ରଶ୍ନ ମୁଁ ତାଙ୍କୁ ନିଜର ପରିଚୟ ଦେଲି ଆଉ ଗୋଟି ଗୋଟି ସବୁ କଥା କହିଲି ସିଏ କହିଲେ ସିଏ ଜଣେ ଫୋରେଷ୍ଟ ଅଫିସର ଆଉ କହିଲେ ଏମାନେ ଏହି ଜଙ୍ଗଲ ର ବହୁତ ପୁରୁଣା ଚୋର ଜଙ୍ଗଲ ର ସବୁ ରାସ୍ତା ଜଣା ଏମାନେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ କିଛି ବର୍ଷ ପୂର୍ବେ ହୋଇ ଥିବା ଗୋଟେ ଆତ୍ମହତ୍ୟା ର ପୁରା ଫାଇଦା ଉଠଉଛନ୍ତି ବିଚରା ଏଠିକାର ନିରୀହ ଲୋକ ଏମାନଂକୁ ଭୂତ ଭାବି ଆସୁଛୋନ୍ତି । ରାତି ରେ ଆସୁଥିବା ଲୋକଙ୍କୁ ଡରାଇ ବେହୋସ କରି ସବୁ ଲୁଟି ନିଅନ୍ତି । ପୋଲିସ ମୁଁ ଆମେ ବହୁତ ଚେଷ୍ଟା କରିଛୁ କିନ୍ତୁ କେବେ ଏମାନେ ଆମ ହାତରେ ଲାଗିନାହାନ୍ତି । ଯୋଉଦିନ ଧରିବି ସେମାନ ଙ୍କ ଅବସ୍ଥା କଣ ଯେ କରିବି ଏଇଠି କାର ଲୋକଙ୍କୁ ବହୁତ ବୁଝାଇଲି ସମସ୍ତେ ବୁଝିବାକୁ ନରାଜ । ହୋଉ ଚାଲ ମୋ ସହିତ ତମ ଦେହ ରେ ତୋ ବହୁତ କ୍ଷତ ବିକ୍ଷତ ହୋଇଛି ସେଇଠୁ ସିଏ ମୋତେ ସିଏ ତାଙ୍କ ସହିତ ତାଙ୍କ ରୁମ କୁ ନେଇ ଗଲେ ଆଉ ଘୋରେଇ ଚିକିତ୍ସା କଲେ ଆଉ କହିଲେ ସାର ଆପଣ ଏଇଠି ନୂଆ ଏକାଏକା କୁଆଡେ ବାହାରକୁ ଯିବେନାହିଁ ଆପଣ ଶୋଇ ପଡ଼ନ୍ତୁ ମୁଁ ଆପଣଙ୍କୁ ସକାଳେ ନେଇ ବିଦୁପୁର ସ୍କୁଲ ରେ ଛାଡିଦେଇ ଆସିବି ।


Rate this content
Log in

Similar oriya story from Crime