Samar Ballav Bhoi

Abstract Action Inspirational

3  

Samar Ballav Bhoi

Abstract Action Inspirational

ଅପେକ୍ଷା କର

ଅପେକ୍ଷା କର

4 mins
210


  

(ଅପେକ୍ଷା କରିବା ଓ ଅପେକ୍ଷା କରାଇବା ଦୁଇଟି ଅଲଗା ଅଲଗା ଘଟଣା, ଅପେକ୍ଷା କରିବା ସକରାତ୍ମକ ହେଲେ ଅପେକ୍ଷା କରାଇବା ନକରାତ୍ମକ ଅଟେ। ଅପେକ୍ଷା କରିବାରେ କିଛି ଅସୁବିଧା ନାହିଁ କିନ୍ତୁ ଅପେକ୍ଷା କରାଇବାରେ କିଛି ସ୍ବାର୍ଥ ଭରି ରହିଥାଏ। ସେଥିପାଇଁ ପାଟିରୁ ଅପେକ୍ଷା କର ଶବ୍ଦ ବାହାରିଆସେ...)।


ସକାଳୁ ସକାଳୁ ମଣିଭଦ୍ର ବାବୁ ଗାଧୁଆ ପାଧୁଆ କରି ବାହାରି ଥାଆନ୍ତି ବ୍ଲକ୍ ଅଫିସ୍ ଯିବାପାଇଁ ଏହି ସମୟରେ ଚିତ୍କାର କରି ସ୍ତ୍ରୀ (ସରିତା) ଙ୍କୁ ଡାକିଲେ, ସରିତା ଶୁଣୁଛ କି? ମୁଁ ଟିକେ ବ୍ଲକ୍ ଅଫିସ୍ କୁ ଯିବି ଆଉ ଇନ୍ଦିରା ଆବାସ କଥା ଟିକିଏ ବୁଝି ଆସିବି, ଆମକୁ ମିଳିବା କଥା ମିଳିବ ନା ନାହିଁ? କେତେ ଦିନ ଏମିତି ଏ ଭଙ୍ଗା ଚାଳଘର ଭିତରେ ରହିବା? ସ୍ତ୍ରୀ ସରିତା ବି ସହମତି ପ୍ରକାଶ କଲେ, ହଁ ତମେ ଯାଇ ବୁଝିଆସ କେବେ ମିଳିବ? ତମେ ମୋତେ କ'ଣ ଜଳଖିଆ ଗଣ୍ଡେ ଦିଅ ମୁଁ ଖାଇସାରି ଯିବି।

ମଣିଭଦ୍ର ଖାଇସାରି ବାହାରିଗଲେ ବ୍ଲକ୍ ଅଫିସ୍ ଅଭିମୁଖେ। ବ୍ଲକ୍ ଅଫିସ୍ ରେ ପହଁଚି ବଡ଼ବାବୁ ଦେଖାକଲେ। ଦେଖିଲେ ଲମ୍ବା ଧାଡ଼ି ଲାଗିରହିଛି କ'ଣ କରିବୁ ଯେ, ଯେତେ ଥର ଆସିବୁ ଏମିତି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ହୋଇ ଗୋଡ଼ ହାତ ସବୁ ବିନ୍ଧି ଯାଉଛି। ଧାଡ଼ିରେ ଛିଡା ସମୟରେ ଜଣେ କିରାଣୀ ଭାଇ ଯାଉଥିଲେ, ପଚାରିଲି ଭାଇ ଟିକିଏ ଶୁଣିବେ, କିରାଣୀ ଭାଇ ଜଣକ ବୁଲି ପଡି କହିଲେ କ'ଣ ହେଲା, ଆଜ୍ଞା ମୋ କଥା ଟିକିଏ ବୁଝିବେ କି? ଧାଡ଼ିରେ ଛିଡା ହୋଇ ମୋତେ ପୁଣି ପଚାରୁଛ? ଅପେକ୍ଷା କର! ଇନ୍ଦିରା ଆବାସ ଟଙ୍କା ପାଇବାକୁ ହେଲେ ଟିକିଏ ଅପେକ୍ଷା କରିବାକୁ ପଡ଼ିବ। ମଣିଭଦ୍ର ବାବୁ କହିଲେ, ସାର୍ ମୁଁ ଆଜିକୁ ଲଗାଇ ପାଞ୍ଚ ଥର ହେଲାଣି ! ଅପେକ୍ଷା କରୁଛି , ପୁଣି ଘରକୁ ଫେରି ଯାଉଛି । କେତେ ଦିନ ଏମିତି ଅପେକ୍ଷା କରିବି? କିରାଣୀ ଭାଇ କହିଲେ, ତମେ ଭିତରେ ବଡ଼ ବାବୁଙ୍କୁ ଯାଇ ଦେଖା କର ନଚେତ୍ ଅପେକ୍ଷା କର। ଧାଡ଼ିରେ ମଣିଭଦ୍ରଙ୍କ ଆଗରେ ଛିଡା ହୋଇଥିବା ବନ୍ଧୁ ଜଣକ କହିଲେ , ଆପଣଙ୍କ ଘର? ଏହିଠାରୁ ପନ୍ଦର କିଲୋମିଟର ଦୁର ଓଃ ତାହେଲେ ବିରଞ୍ଚି ପୁର ଗାଁ । ହଁ ବିରଞ୍ଚି ପୁର, ସେ ବନ୍ଧୁ ଜଣକ କହିଲେ, ବୁଝିଲେ ମଣିଭଦ୍ର ଭାଇ! ଖାଲି ତମେ କାହିଁକି ପ୍ରାୟ ସମସ୍ତଙ୍କର ଏହି ସମ ଦଶା। ଯୁଆଡେ ଯିବ ସବୁଆଡେ ଏହି ଅପେକ୍ଷା କର ନିୟମ ଲାଗୁ। ମୁଁ ପରା କିଛି ଦିନ ତଳେ ଜମି ବାବଦରେ ବୁଝିବାକୁ ତହସିଲ ଅଫିସ ଯାଇଥିଲି ସେଠି ସେମିତି ମୋତେ ଅପେକ୍ଷା କର , ତମ କାମ ହେଇଯିବ। ସତରେ ଭାଇ ଏମିତି ଟଙ୍କା ପଇସା ପଛରେ ପଡି ଦେଶ ତ ବରବାଦ୍ ହେଲାଣି । ତା ସଙ୍ଗେ ସଙ୍ଗେ ଆମ ଗରିବଙ୍କ ବିଚାର ଅପେକ୍ଷା କର ଭିତରେ ଲୁଚି ଯାଉଛି । ଏକଦମ୍ ସତକଥା କହିଲେ, ମୁଁ ଥରେ ବିଶ୍ବବିଦ୍ୟାଳୟ ଯାଇଥିଲି ପୁଅର ସାର୍ଟିଫିକେଟ ଆଣିବାକୁ । ବିଶ୍ବବିଦ୍ୟାଳୟ ହେଉଛି ଶିକ୍ଷାର ଏକ ଶ୍ରେଷ୍ଠ ମନ୍ଦିର କିନ୍ତୁ ସେଠାରେ ତ ଏ ଅବସ୍ଥା ଆହୁରି ଗୁରୁତର ଏ ସବୁ ଅପେକ୍ଷା । ସେଠି ବି ସେହି ଅପେକ୍ଷା କର ର ନାରାବାଜି । ମୁଁ ସେ ଅଫିସର ବାବୁଙ୍କୁ ପଚାରିଲି ସାର , ମୋତେ କେତେ ସମୟ ଅପେକ୍ଷା କରିବାକୁ ପଡ଼ିବ କହୁନାହାନ୍ତି ଅପେକ୍ଷାର ଗୋଟିଏ ସମୟ ତ ଥିବ । ଅଧା ଘଣ୍ଟାଏ, ଘଣ୍ଟାଏ, ଦି ଘଣ୍ଟା , କିଛି ତ ବ୍ୟବସ୍ଥା ଥିବା । ମୁଁ ତ ଅପେକ୍ଷା କରି ଥାଏ ମଝିରେ ମଝିରେ ଯାଇ ପଚାରୁ ଥାଏ ସାର ଏବେ ମିଳିବ କି? ଅଫିସର ବାବୁ ବିରକ୍ତି ହୋଇ ମୋତେ କହିଲେ, ତମକୁ କହିଲି ପରା ଅପେକ୍ଷା କର ନଚେତ୍ ଚାରି ପାଞ୍ଚ ଦିନ ଛାଡି କରି ଆସ, ମୋ ପାଇଁ ଅପେକ୍ଷାର ସମୟ ଥିଲା ଚାରି ପାଞ୍ଚ ଦିନ। ମୋ ଅପେକ୍ଷା ଭିତରେ ଚାରି ପାଞ୍ଚ ଜଣ ନାମିଦାମୀ ଲୋକ ଆସି ସେ ତାଙ୍କର ସାର୍ଟିଫିକେଟ ନେଇ ଚାଲି ଯାଉଥାନ୍ତି ହେଲେ ମୁଁ ସେଇମିତି ବାହାରେ ଅପେକ୍ଷାରେ ଥାଏ। ନାମୀଦାମୀ ଲୋକମାନେ ଭିତରକୁ ଗଲାପରେ ଅଫିସର ବାବୁଙ୍କ ' ସାର ନମସ୍କାର' ଶବ୍ଦ ମୁଁ ଶୁଣି ପାରୁ ଥାଏ। ତେଣୁ ସବୁ ଆଡେ ସେହି ପରିଚୟ ଓ ହାତଗୁଞ୍ଜା ଲୋକଙ୍କ ପାଇଁ "ଅପେକ୍ଷା କର" ଶବ୍ଦର ଉଚ୍ଚାରଣ ହୁଏ ନାହିଁ। ଆଉ ଭୁବନେଶ୍ୱର (ରାଜଧାନୀ) ର କଥା କହିଲେ ନ ସରେ। ଭୁବନେଶ୍ୱର ଅଫିସ ଗୁଡ଼ିକର ସେହି ସମ ଦଶା ଆଉ ସବୁ ସ୍ଥାନରେ ଅଫିସ ସାମ୍ନାରେ ଅପେକ୍ଷା କରିବାକୁ ପଡୁଥିବା ବେଳେ ରାଜଧାନୀରେ ଅଫିସର ପାଖରେ ପହଁଚିବା ପୁର୍ବରୁ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ିଥାଏ, । କୋର୍ଟ କଚେରୀ କଥା ଛାଡ଼, ଚପଲ ଛିଡି ଯିବ କିନ୍ତୁ କାମ ସବୁ ବେଳେ ଶୂନ ମଣିଭଦ୍ର ଭାଇ କହିଲେ ସେସବୁ କଥା ନ କହିଲେ ଭଲ ।ଏ କଥା କାହାକୁ କହିବୁ କିଏସେ ଶୁଣିବ, ବିନା ହାତ ଗୁଞ୍ଜାରେ କିଛି କାମ ହେଉନାହିଁ । ଅପେକ୍ଷା କର ଶବ୍ଦକୁ ଉଠାଇବାକୁ ହେଲେ ଦୁଇପ୍ରକାରର ଶକ୍ତି ବ୍ୟବହାର କରିବାକୁ ପଡ଼ିବ ସେ ପୁଣି କ'ଣ? ଗୋଟିଏ ହେଲା ସମାଜରେ ପ୍ରତିଷ୍ଠିତ ଓ ପରିଚିତ ହୋଇଥିବ , ଦ୍ବିତୀୟଟି ହେଲା ହାତରେ କାଗଜ ମିଠା ବା ହାତଗୁଞ୍ଜା ଦେବାର ଧୈର୍ଯ୍ୟ ଥିବ। ଧାଡ଼ିର ଆଗରେ ଛିଡା ହୋଇ ଥିବା ବନ୍ଧୁ ଜଣକ କହିଲେ ଭାଇ ମୁଁ ଏତେ ସମୟ ଧରି ଛିଡା ହୋଇ ରହି ପାରିବିନି ଏ ପର୍ଯ୍ୟନ୍ତ ଧାଡିରୁ ଦୁଇ ଜଣଙ୍କର ଭିତରକୁ ପ୍ରବେଶ କରିଛନ୍ତି । ଏକରେ ତ ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବୁ ଯଦି ମଞ୍ଜୁର ଥରେ ମିଳିଗଲା ସେଥିରେ ପୁଣି ଭାଗବାଣ୍ଟ ମୁଁ ଠିକ୍ କଥା କହିଲି ନା ନାହିଁ? ପ୍ରକୃତରେ ଏ ମଣିଷର ଏତେ ଲୋଭ କ'ଣ ପାଇଁ? 

ମଣିଷ ମଲେ ମାତ୍ର ଛଅ ଖଣ୍ଡ ବାଉଁଶ ଦରକାର ମଲା ପରେ ଯଦି କିଛି ସାଙ୍ଗରେ ନେଇ ହୁଅନ୍ତା ତାହେଲେ ଠିକ ଅଛି। ବୁଝିଲେ ଭାଇନା ଆଜି ବି ମୋର ପାଳି ପଡ଼ିବ ନାହିଁ ଘରେ କିନ୍ତୁ ବିରକ୍ତି ହେବେ କ'ଣ ପାଞ୍ଚ ପାଞ୍ଚ ଥର ଅଫିସ ଗଲଣି କିଛି ହଉନି, ଏ ପ୍ରଶ୍ନର ଉତ୍ତର ମୁଁ ଦେବାକୁ  ପ୍ରସ୍ତୁତ ରହିବି। ତଳୁ ଉପର ଯାଏଁ ଯଦି ସମସ୍ତେ ଲୋଭ ରଖିବେ ତାହେଲେ ଆମଭଳି ଲୋକ ମାନେ ଖାଲି ଅପେକ୍ଷା କର ଶବ୍ଦ ଶୁଣି ସବୁବେଳେ ଫେରୁଥିବେ। କର୍ତ୍ତବ୍ୟ ସମ୍ପାଦନ ପାଇଁ କ'ଣ ହାତଗୁଞ୍ଜା ନେବା ନିହାତି ଆବଶ୍ୟକ? ହାତଗୁଞ୍ଜା ଦେଲେ କାମ ଶୀଘ୍ର , ନଦେଲେ ଅପେକ୍ଷା କର। ବିନା ହାତଗୁଞ୍ଜାରେ କ'ଣ ଆମେ ପାଦେ ଆଗକୁ ଯାଇପାରିବା ନାହିଁ? ଏ ସବୁ ପାଇଁ ସ୍ବତନ୍ତ୍ର ଓ ସ୍ବଛ ମାନସିକତା ଆବଶ୍ୟକ।  



Rate this content
Log in

Similar oriya story from Abstract