Sagarika Dash

Crime

3.5  

Sagarika Dash

Crime

ଅପରାଧୀ ମୁଣ୍ଡରେ ରାଜନୀତି

ଅପରାଧୀ ମୁଣ୍ଡରେ ରାଜନୀତି

2 mins
8



ନିକଟରେ ଘଟିଥିବା ଘଟଣା ଦିଲ୍ଲୀ ର,ଅଞ୍ଜଳୀ ମୃତ୍ୟୁ ମାମଲା।ପ୍ରଥମେ ଅପରାଧିକୁ ଧରିଲା ମାତ୍ରେ ଦୋଷୀ ସାବ୍ୟସ୍ତ କଲା ପରେ ଦଣ୍ଡ ଦେବା ଧାର୍ଯ୍ୟ କରାଯାଇଥାଏ। ପ୍ରତ୍ୟେକ ଜନ ସମାଜ ଚାହିଁ ରହିଥାଏ,ଯିଏ ଅପରାଧ କରୁଛି ସେ ଦଣ୍ଡ ପାଉ।ଏହା ‌ ହେଉଛି ଜନତା ଙ୍କ ପାଇଁ ନ୍ୟାୟ ଓ ବିଶ୍ୱାସ ମଧ୍ୟ ।ଯାହା ଦ୍ୱାରା ଲୋକମାନଙ୍କର ଆଇନ୍ ଉପରେ ଭରସା ରହିଥାଏ। ବର୍ତମାନ ର ସମୟ ରେ କିନ୍ତୁ ଅପରାଧିକୁ ଧରିଲା ତଥା ପ୍ରମାଣ ପରେ ପ୍ରଥମେ ସେ କେଉଁ ଦଳର, ଯାହା ଅତି ଉଚ୍ଚ ସ୍ବରରେ ପ୍ରକାଶ କରାଯାଉଛି।ସେ ଅମୂକ ଦଳର ଅପରାଧି,ତାହା ସତ କି ଅପରାଧି ଉପରେ ଚାପ ପକାଉଛନ୍ତି ଦଳର ନାମ ନେବା ପାଇଁ।ମୋର ପ୍ରଥମେ ମିଡ଼ିଆ ତଥା , ରିପୋର୍ଟର ଭାଇ ଭଉଣୀ ମାନଙ୍କୁ ପ୍ରଶ୍ନ? ଯେ ସେ କେବେ, ଅପରାଧି ଙ୍କ ମୁହଁରୁ ଶୁଣିଛନ୍ତି କି ? ମୁଁ ଅମୂକ ଦଳର ଅପରାଧି ବୋଲି।ଅପରାଧି କେବେ ହଠାତ୍ କହେ ନାହିଁ,କି ମୁଁ; ଏହି ଦଳର" ବୋଲି । ହଠାତ୍ କିନ୍ତୁ ଡିକଲାର ହୋଇଯାଏ ଅପରାଧି,ଅମୂକ ଦଳର   ଯେଉଁ ଦଳ କ୍ଷମତାରେ ଅଛି,ସେ ହୁଏତଃ ଚାପ ପକାଇ ପାରିଥାଏ, ଅନ୍ୟ ଦଳର ନାଁ ନେବା ପାଇଁ । ଠିକ୍ ସେହିପରି ବିରୋଧି ଦଳ ମଧ୍ୟ ଚାପ ପକାଇ ପାରିଥାଏ, ଶାଶକ ଦଳର ନାଁ ନେବା ପାଇଁ । ଉତ୍ସୁକତା ସହିତ ଅନେକ ପ୍ରୋତ୍ସାହନ କରି ଅପରାଧି କୁ ବାଧ୍ୟ କରୁଛି, କ୍ଷମତାରେ ଥିବା ଦଳର ନାଁ ନେବା ପାଇଁ ।ଆପଣମାନେ ଥରେ,ଚିନ୍ତା କରି ଦେଖନ୍ତୁ ; ଦେଶରେ ଏବେ ବି ଅନେକେ ଲୋକ ତଥା ଶିକ୍ଷିତ ହେଉ ବା ଅଶିକ୍ଷିତ,ଧନୀ ହେଉ ବା ଗରିବ। ରାଜନୀତି ଉପରେ ବହୁତ ଲୋକଙ୍କ ର ଆଗ୍ରହ, ତଥା ଏଥିରେ ସାମିଲ୍ ହେବାକୁ ଇଛା ନାହିଁ । ତଥାପି କଳେ ବଳେ କୈ। ଶଳେ ରାଜନୀତି ଭିତରକୁ ଟଣା ଯାଉଛି । ଅପରାଧି ର ଦୋଷ କମ୍ କେଉଁ ଦଳର ସେଥି ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। କ'ଣ ତା'ର ପିଡିତା ଉଚିତ୍ ନ୍ୟାୟ ପାଇବ କି ନାହିଁ ତା ଉପରେ ରିପୋର୍ଟ ର ଙ୍କ ନଜର କମ୍ କେଉଁ ଦଳର ତା ଉପରେ ଧ୍ୟାନ ଅଧିକା। ସବୁ ସ୍ତରରେ ରାଜନୀତି ପଶିବା ଏବେ ସ୍ଵାଭାବିକ ହୋଇଗଲାଣି। ଦିଲ୍ଲୀ ର ଅଞ୍ଜଳୀ ସିଂ ମୃତ୍ୟୁ ଘଟଣା ରେ ମଧ୍ୟ ଠିକ୍ ସେଇୟା ହିଁ ହୋଇଛି। ପ୍ରଥମେ ଅପରାଧି ବିଜେପି ଦଳର ଘୋଷଣା କରିଦିଆଗଲା,କାରଣ କ୍ଷମତାରେ ଯେହେତୁ ଆପ୍ ଅଛି। ଯେଉଁ ଠି କ୍ଷମତାରେ ବିଜେପି ଅଛି ସେଠି ମଧ୍ୟ ଅନ୍ୟ ଦଳ ନାଁ ନିଆଯାଉଛି।ବାସ୍ ଦେଶରେ କୋଟି,କୋଟି ଲୋକ କେବଳ ଦୋଷୀ କୁ ଦଣ୍ଡ ମିଳୁ ଏହା ହିଁ ଚାହୁଁଛନ୍ତି। କେଉଁ ଦଳର ତା ନୁହେଁ। କିନ୍ତୁ ବଦଳରେ ମିଳୁଛି, ରାଜନୀତି ର ପ୍ରଚାର୍ ଆଉ ପ୍ରସାର। ଯାହାଦ୍ବାରା କି ଅପରାଧି ମାନଙ୍କର ଆହୁରି ସାହାସ ବଢି ଚାଲୁଛି। ସେହି ଅପରାଧି କୁ ଭଲଭାବରେ ଜଣା ନଥିବ ରାଜନୀତି କ'ଣ,ଦଳ କ'ଣ କେତୋଟି ଦଳ ଅଛି। ଅନେକେ ସମୟରେ ଦୂରଦର୍ଶନ ମାଧ୍ଯମରେ ଦେଖିଥିବେ,ବହୁ ସ୍ଥାନରେ ଦଳ ପାଇଁ ରୁଣ୍ଡ ହୋଇଥିବା ଲୋକଙ୍କୁ ପଚାରିଲ

ଦଳର ନାଁ ଠିକ୍ ସେ କହି ପାରନ୍ତି ନାହିଁ।

ପ୍ରକୃତ କଥା କହିବାକୁ ଗଲେ, ଜଣେ ଅପରାଧ କରିଥିବା ଲୋକ କେବଳ ଅପରାଧି,ସେ କେଉଁ ଦଳର ନୁହେଁ।ଉପଯୁକ୍ତ ଦଣ୍ଡ କେବଳ ତା ପାଇଁ ବିଧିବଦ୍ଧ।


Rate this content
Log in

Similar oriya story from Crime